ଲକ୍‌ ଡାଉନ୍‌ରେ ଆର୍ଥିକ ଦୁର୍ଦ୍ଦଶା ଯୋଗୁଁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଲକ୍‌ ଡାଉନ୍‌ ହେତୁ ଆର୍ଥିକ ଦୁର୍ଦ୍ଦଶାର ସାମ୍ନା କରି ଭାଙ୍ଗି ପଡ଼ିବା ସହ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଭଳି ଦୁଃଖଦ ସମାଚାର ସାରା ରାଜଧାନୀକୁ ଦୋହଳାଇ ଦେଇଛି । ସୂଚନା ଅନୁସାରେ ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇ ପଡ଼ିବାରୁ ଜୟପୁରର କନୌତା ଥାନା ଅନ୍ତର୍ଗତ ଜାମଡୋଲିରେ ଗୋଟିଏ ପରିବାରର ଦୁଇ ପୁଅ ଓ ମା’ବାପା ଆତ୍ମହତ୍ୟା କରିଛନ୍ତି । ଏହି ଖବର ପାଇବା ପରେ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଏସ୍‌ଏଫ୍‌ଏଲ୍‌ ଟିମ୍‌କୁ ମଧ୍ୟ ଡକା ଯାଇଛି । ଆତ୍ମହତ୍ୟା କରିଥିବା ମମତା ସୋନୀ, ଭାରତ ସୋନୀ, ଅଜିତ ଏବଂ ଯଶବନ୍ତଙ୍କ ପାଖରୁ ଏକ ସୁଇସାଇଡ଼୍‌ ନୋଟ୍‌ ମଳିଥିବା ବେଳେ ପ୍ରାରମ୍ଭିକ ତଦନ୍ତ ଅନୁସାରେ ପୁଲିସ ପକ୍ଷରୁ ଏହା ଆତ୍ମହତ୍ୟା ବୋଲି କୁହାଯାଇଛି । ପ୍ରାପ୍ତ ସୂଚନାରେ କୁହାଯାଇଛି ଯେ, ଏହି ପରିବାର ଅଳଙ୍କାର ବ୍ୟବସାୟରେ ସଂପୃକ୍ତ ଥିଲେ । ଆତ୍ମହତ୍ୟା କରିବାର କାରଣ ଅଧିକ ଋଣ ଏବଂ ଆର୍ଥିକ ଦୁର୍ଦ୍ଦଶା ବୋଲି ଆଲୋଚନା ହେଉଛି । ଏହା ବି ଶୁଣିବାକୁ ମିଳୁଛି ଯେ, ପରିବାର ପକ୍ଷରୁ ସୁଧରେ ବହୁତ ଟଙ୍କା ଉଧାରୀ ଆଣିଥିଲେ । କିନ୍ତୁ ଲକ୍‌ ଡାଉନ୍‌ କାରଣରୁ ଆର୍ଥିକ ସ୍ଥିତ ଅସମ୍ଭାଳ ହୋଇପଡ଼ିଲା । ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ପରିବାର ଆତ୍ମହତ୍ୟା ଭଳି ହୃଦୟ ବିଦାରକ ପଦକ୍ଷେପ ନେଇଛନ୍ତି । ଏପରିକି ଯେଉଁମାନଙ୍କଠାରୁ ସୁଧରେ ଟଙ୍କା ଆଣିଥିଲେ, ସେମାନେ ମଧ୍ୟ ଏହି ପରିବାରକୁ ହଇରାଣ କରୁଥିଲେ । ପୁଲିସ ସଂପୃକ୍ତ ସୁଧଖୋର୍‌ ମାଫିଆକୁ କାବୁ କରି ନେଇଛି ।

Leave A Reply

Your email address will not be published.