ପୁଣି ହୋଇପାରେ କି ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି କ୍ରମରେ ଇସ୍ରାଏଲ୍‌ ପୁଣି ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରି ସାରିଛି । ତେବେ ଭାରତରେ ସୁସ୍ଥତା ହାର ସର୍ବାଧିକ ଥିଲେ ସୁଦ୍ଧା ସଂକ୍ରମଣକୁ ରୋକିବା କାଠିକର ହୋଇପଡ଼ିଛି । ପ୍ରତ୍ୟହ ବଢ଼ି ଚାଲିଛି ସଂକ୍ରମଣ । ଏଣୁ ସରକାର ଏହାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିବେ, ତାହାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ପୁଣି ଲକ୍‌ଡାଉନ୍‌ ଘୋଷଣା ହେବ କି ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.