pakka

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ

bbehera

ଭୁବନେଶ୍ୱର : ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଆସନ୍ତା ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେପଟେ ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଗତକାଲି ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୨.୬ ରେକର୍ଡ କରାଯାଇଥିବା ବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ ।

Leave A Reply

Your email address will not be published.

2 + 16 =