pakka

ଜଳୁଛି ସାରା ଓଡ଼ିଶା

bbehera

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ତାତି ସହ ଏଣିକି ବଢିବ ଗୁଳୁଗୁଳି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ପାଇଁ ୨୪ଟି ଜିଲ୍ଲାକୁ ହିଟୱୋଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଗତକାଲି ୪୩.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ସେହିପରି ନୂଆପଡ଼ା ୪୩, ପାରଳାଖେମୁଣ୍ଡି ଓ ବୌଦ୍ଧ ୪୨.୮ ଡିଗ୍ରୀ ଅନୁଗୁଳ ଓ ନୟାଗଡ଼ ୪୨.୭, ବାରିପଦା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.

19 + five =