pakka

ଚନ୍ଦନଭାଟି ଶିଶୁ ମନ୍ଦିରରେ ରାମ ନବମୀ ପାଳିତ

bbehera

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଧୁମ୍ ଧାମ୍‌ରେ ପାଳିତ ହୋଇଯାଇଛି । ଶ୍ରୀରାମ ରଥ ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇ ଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମରେ ଘରେ ଘରେ ମାଁ ମାନେ ଧୁପ, ଦୀପ ଅର୍ପଣ ପୂର୍ବକ ଶ୍ରୀରାମ ରଥକୁ ବନ୍ଦାପନା କରିଥିଲେ । ଶିଶୁ ଭାଇ ଭଉଣୀ ଘ.୮.୧୫ମି.ରେ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଇତ୍ୟବସରରେ ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ ବିଦ୍ୟାଳୟରେ ପୁଜାର୍ଚନା କରିଥିଲେ । ସଭାପତି ରାମଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଶିଶୁ, ଭାଇ, ଭଉଣୀଙ୍କୁ ଉତ୍ସାହିତ କରିଥିଲେ । ଶିଶୁ, ଭାଇ, ଭଉଣୀଙ୍କ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ ତଥା ଅଯୋଧ୍ୟାବାସୀ ବେଶ ଓ ଶ୍ରୀରାମଙ୍କ ନାରା ଗ୍ରାମ ପରିକ୍ରମାର ମୁଖ୍ୟ ଆକର୍ଷଣ ଥିଲା । ପର୍ବ ପାଳନ ପରେ ସମସ୍ତ ଶିଶୁ ଭାଇ, ଭଉଣୀ ପ୍ରସାଦ ସେବନ କରି ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.

one × 2 =