csstore

ଇକୋ କ୍ଲବ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ନିର୍ଦ୍ଦେଶ କ୍ରମେ ଇକୋ କ୍ଲବ ତରଫରୁ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍କଳ ରାଣୀ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା, କାର୍ଯ୍ୟକ୍ରମ ପରିଚାଳକ ଭାବେ ଭୋଗରାଇ ଓ ଜଳେଶ୍ୱର ବ୍ଲକ ଇକୋ କ୍ଲବ ମାଷ୍ଟର ଟ୍ରେନର ଡଃ ଅଜିତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ଯୋଗଦେଇ ବନ ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଇକୋ କ୍ଳବ ସବୁଜ ବାହିନୀ ପକ୍ଷରୁ ବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ଶିକ୍ଷକ ସୌରଭ କୁମାର ପାତ୍ର, ଅତସ କୁମାର ଦାସ ମହାପାତ୍ର, ବନବିହାରୀ ସିଟ୍, ଅରୋଜକାନ୍ତି ଗିରି, ଶିକ୍ଷୟିତ୍ରୀ ଜ୍ୟୋତି ଗିରି, ରିମାରାଣୀ ଶତପଥି, ପ୍ରତିଭା ପାତ୍ର, ଶିକ୍ଷାକର୍ମୀ ପଦ୍ମନାଭ ପାଳ, ତ୍ରିଲୋଚନ ପାଳ, ବେଣୁଧର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଅତିଥି ମାନଙ୍କ ସହ ବୃକ୍ଷ ରୋପଣ କରିଥିଲେ। । ଅନୁରୂପ ଭାବେ ରୋଟାରୀ କ୍ଳବ ଅଫ ସୁବର୍ଣ୍ଣରେଖା ରାଇବଣିଆର ଉପଦେଷ୍ଟା ସୁକୁମାର ରଣା ଓ ପୂର୍ବତନ ସଭାପତି ଡ଼.ଅଜିତ କୁମାର ମହାନ୍ତି ମିଳିତ ଭାବେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅତିଥି ମାନଙ୍କ ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.