ଟାଙ୍ଗିଭସର ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗିଭସର ବିଦ୍ୟାଳୟରେ ବନ ମହୋତ୍ସବ ପାଳନ କରାଯାଇଛି । କୋଭିଡ ୧୯‌ ନିୟମ ଅନୁସାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ଉପଦେଷ୍ଟା ବୈକୁଣ୍ଠକୁ ନାଥ ସାହୁ ସଭାପତିତ୍ଵ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲିପ୍ କୁମାର ଷଡଙ୍ଗି, ମଣ୍ଡଳ ଉନ୍ନୟନ ଅଧିକାରୀ ଡେଲାଙ୍ଗ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୁଦ୍ଧିଷ୍ଠିର ପରିଡା ସହ ଶିକ୍ଷା ଅଧିକାରୀ ଡେଲାଙ୍ଗ, ପ୍ରଫୁଲ୍ଲ କୁମାର ଦାସ ଆଞ୍ଚଳିକ ସାଧନକର୍ମୀ ହରିରାଜପୁର ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ହରିରାଜପୁର ଫାଣ୍ଡି ଅଧିକାରୀ ଗଦାଧର ନାୟକ ପ୍ରଦୀପ କୁମାର ସେଠୀ ପ୍ରଧାନ ଶିକ୍ଷକ ବରକେରା ବିଦ୍ୟାଳୟ, ମିଟୁ କିଶୋର ପ୍ରଧାନ ସଭାପତି ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ, ଗନ୍ଧର୍ବ ରାଜ ମହାନ୍ତି, ପରିଚାଳନା କମିଟି ସଭାପତି, ମୋହନ ପ୍ରଧାନ, ଅନନ୍ତ ନାରାୟଣ ମହାନ୍ତି, ଜିତେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏବଂ ଅନ୍ୟ ବକ୍ତାମାନେ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ନିଜକୁ ତଥା ବିଶ୍ଵକୁ ତାପାୟନରୁ ରକ୍ଷା କରନ୍ତୁ । ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର ସଭା ପରିଚାଳନା କରିଥିଲେ।ସର୍ବଶେଷରେ ବିଦ୍ୟାଳୟର ସହକାରୀ ଶକ୍ଷୟିତ୍ରୀ ସଖି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପ୍ରକୃତି ପ୍ରେମି ଶିକ୍ଷକ ମିଟୁ କିଶୋର ପ୍ରଧାନ ଆଣିଥିବା ନଡିଆ, ଆମ୍ଵ, କଦଳୀ, କରମଙ୍ଗା, ଡାଳିମ୍ବ, ବଉଳ କୋଳି ଓ ସ୍ଵର୍ଣ୍ଣଚମ୍ପା ଚାରା ବିଦ୍ୟାଳୟ ପ୍ରାଙ୍ଗଣରେ ଅତିଥିମାନେ ରୋପଣ କରିଥିଲେ ।

Leave A Reply

Your email address will not be published.