oom

ଖଣ୍ଡୋକଟା ସରସ୍ଵତୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ

jsmm

କୁଚିଣ୍ଡା : ଖଣ୍ଡୋକଟା ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ପ୍ରଧାନ ଆଚାର୍ଯ୍ୟ ଲିଲୁ ପୃଷେଠଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଖଣ୍ଡୋକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସମାଜକୁ ସବୁଜ ସୁନ୍ଦର କରିବା ପାଇଁ ଛାତ୍ରଛାତ୍ରୀ ଗଣ ନିଜ ଜନ୍ମ ଦିନରେ ବୃକ୍ଷ ରୋପଣ କରିବାକୁ ଆହ୍ନନ ଦେଇଥିଲେ । ଏହା ପରେ ସଭାପତି ଶ୍ରୀ ନାୟକଙ୍କ ଭାଷଣରେ ବିଦ୍ୟା ମନ୍ଦିର ପରିସରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଚାରା ରୋପଣ କରି ତାର ଯତ୍ନ ନେବାକୁ ଆହ୍ନନ ଦେଇଥିଲେ । ଏହା ପରେ ପ୍ରଣିତା ସିଂହ, ରଶ୍ମିତା କଣ୍ଡରା, ଅକ୍ଷୟ ବାଘ, ରୋହିତ ସାହୁ, ହିରା ମାକର, ଅନନ୍ୟ ବ୍ରହ୍ମା ପ୍ରମୁଖଙ୍କ ପରିଚାଳନାରେ ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ପ୍ରଧାନ ଆଚାର୍ଯ୍ୟ ଲିଳୁ ପୃଷେଠ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆସନ୍ତା କୋଡ଼ିଏ ତାରିଖ ଦିନ ଶତାଧିକ ଚାରା ରୋପଣ ପାଇଁ ସ୍ଥିର କରାଯାଇଥିଲା । ଛାତ୍ର ଛାତ୍ରୀ ଗଣ ଛିଡ଼ା ହୋଇ ନିଜ ଜନ୍ମ ଦିନରେ ବୃକ୍ଷ ରୋପଣ ଓ ବିଦ୍ୟା ମନ୍ଦିର ପରିସରରେ ଗୋଟିଏ ଲେଖାଏଁ ବୃକ୍ଷର ଯତ୍ନ ଦାୟିତ୍ଵ ଗ୍ରହଣ ପାଇଁ ଶପଥ ପାଠ କରିଥିଲେ ।

jittmm
Leave A Reply

Your email address will not be published.