pakka

ହାତୀ ଦାନ୍ତ ଡିଲ୍ ବେଳେ ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ : ୨ଟି ଦାନ୍ତ ଜବତ

bbehera

ଦେବଗଡ : ଦେବଗଡ ସହରର ଏକ ସୁନାଗହଣା ଦୋକାନରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଭାବେ ହାତୀ ଦାନ୍ତ ଡିଲ୍ ବେଳେ ଚଢାଉ କରି ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ତିନି ଜଣ ହେଲେ ସହରର ବିଶିଷ୍ଟ ସୁନାଗହଣା ବ୍ୟବସାୟୀ ପ୍ରେମରାଜ ସାହୁ ଓରଫ ଶମ୍ଭୁ ସାହୁ, ହାତୀ ଦାନ୍ତ ଶିକାରୀ ସମୀରକାନ୍ତ କପରଦାର ଓରଫ ବାପି କପରଦାର ଓ ଗ୍ରାହକ ହରିଆନା ରାଜ୍ୟର ରାଜେଶ କୁମାର । ଶମ୍ଭୁ ସାହୁଙ୍କ ସୁନା ଦୋକାନ ମା’ ତାରିଣୀ ଅଳଙ୍କାର ମଧ୍ୟରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା । ସେଠାରୁ ହାତୀ ଦାନ୍ତ ଓ ଦୁଇ ଜଣଙ୍କୁ ଆଣି ପଚରାଉଚରା କରାଯାଇଥିବା ବେଳେ ଏହି ହାତୀକୁ ବାପି କପରଦାର ବନ୍ଧୁକ ସାହାଯ୍ୟରେ ହତ୍ୟା କରି ଦାନ୍ତ ଆଣିଥିବା ଜଣାପଡିଥିଲା । ପରେ ବାପିକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ପରିପକ୍ୱ ହାତୀ ଦାନ୍ତ ଜବତ କରାଯାଇଛି । ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

jay balangir
Leave A Reply

Your email address will not be published.

seven − four =

error: Content is protected !!