pakka

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ

bbehera

ପୁରୀ : ଆଜି ରବିବାର ଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ସେପଟେ ଭକ୍ତଙ୍କ ପ୍ରବଳ ଭିଡ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଅନ୍ୟ ଦ୍ୱାର ପଟେ ପ୍ରସ୍ଥାନ କରିବା ପରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରି ଅନେକ ଅନୁଭୂତି ସାଉଁଟୁଛନ୍ତି । ଶ୍ରୀକ୍ଷେତ୍ରର ଏଭଳି ବିକାଶ କାର୍ଯ୍ୟକୁ ଦେଖି ଭକ୍ତ ଓ ଜଗନ୍ନାଥ ପ୍ରେମୀମାନେ ରାଜ୍ୟ ସରକାରଙ୍କ ଏଭଳି ଐତିହାସିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

jay balangir
Leave A Reply

Your email address will not be published.

five × 5 =