pakka

ରୋଟାରୀ ରାଉରକେଲା ସେଣ୍ଟ୍ରାଲର ଆଭାସୀ ବକୃତା ପ୍ରତିଯୋଗିତା

bbehera

ରାଉରକେଲା, (ସସ୍ମିତା ପଦାନ) : ରୋଟାରୀ ରାଉରକେଲା ସେଣ୍ଟ୍ରାଲ ଓ ଡିପିଏସ୍‌ ରୋଟାରୀ ଇଣ୍ଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆଭାସୀ ବୈଠକ ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ଇଣ୍ଟ୍ରାକ୍ଟର ସଭାପତି ଆତିସ୍ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର୍‌.କିରଣ ଓ ସାଧାରଣ ସଂପାଦକ ରୋଟାରୀଆନ ରବି ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଡିପିଏସ୍‌ ପବ୍ଲିକ୍ ସ୍କୁଲ ସେକ୍ଟର ୧୬ ଓ ଇଣ୍ଡୋ ଇଂଲିଶ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ରୋଟାରୀଆନ ପ୍ରଶାନ୍ତ ଓଡିଆ ବିଭାଗ, ରୋଟାରୀଆନ ବରଖା ହିନ୍ଦୀ ବିଭାଗ ଓ ରୋଟାରୀଆନ ନନ୍ଦିତା ଇଂରାଜୀ ବକୃତା ଗୁଡିକର ବିଚାରକ ଦାୟିତ୍ୱ ତୁଲାଇଥିଲେ । ଶେଷରେ ଓଡିଆ ବିଭାଗରେ ଡିପିଏସ୍‌ର ଜିମିଶା ନାୟକ ପ୍ରଥମ, ଡିପିଏସ୍‌ର ସ୍ବୀକୃତିରାଣୀ ସ୍ବାଇଁ ଦ୍ବିତୀୟ, ହିନ୍ଦୀ ବିଭାଗରେ ଡିଏଭିର ଇଫତକାର ଅହମ୍ମଦ ପ୍ରଥମ, ଡିଏଭିର ପ୍ରଶାନ୍ତ କୁମାର ଝା ଦ୍ବିତୀୟ, ଡିପିଏସ୍‌ର ସ୍ରୀଷ୍ଟି ପାଣ୍ଡେ ତୃତୀୟ ଓ ଇଂରାଜୀ ବିଭାଗରେ ଡିପିଏସ୍‌ର ଜିଗିଶା ନାୟକ ପ୍ରଥମ, ଡିପିଏସ୍‌ର ଜିଜ୍ଞାସା ପଟ୍ଟନାୟକ ଓ ଡିଏଭିର ଲୋପମୁଦ୍ରା ବେହେରା ଯୁଗ୍ମ ଭାବେ ଦ୍ବିତୀୟ, ଡିପିଏସ୍‌ର ରଣବୀର ସିଂ ରାନ୍ଧୱା ତୃତୀୟ ଓ ଡିପିଏସ୍‌ର ଚିନ୍ମୟ ହୋତା ସାନ୍ତ୍ୱନା ମୂଳକ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଉରକେଲା ସେଣ୍ଟ୍ରାଲର ପ୍ରଥମ ମହିଳା ସ୍ମିତା ଆଥେରିଆ, ନରେନ୍ଦ୍ର, ପ୍ରଶାନ୍ତ, ବ୍ରଜେଶ, ଅବଦୁସ ସଲାମ୍ ଓ ଡିପିଏସ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

three − two =