pakka

କବିତା : କାଜୁ ଅରଣ୍ୟରେ

bbehera
  • ଅଶୋକ କୁମାର ମହାପାତ୍ର

ଦୁର୍ବଳିଆ ପତ୍ର ଅହରହ
ଋତୁର ନିଷ୍ପତ୍ତି ଏଡ଼ି
ସାମୁହିକ ଉଲ୍ଲାସରେ ଖସୁଥାନ୍ତି
ପ୍ରାୟ ପ୍ରତିଦିନ, କାଜୁ ଅରଣ୍ୟରେ ।

ଉଡ଼ନ୍ତା ଦର୍ପଣ ଭଳି
ଚିକ୍ ଚିକ୍ ପ୍ରଜାପତି ମାନେ
ଏକା ମହୁ ଖାଇ ସୁଦ୍ଧା
ଦିଶୁଥାନ୍ତି ଭିନ୍ନ ଭିନ୍ନ, କାଜୁ ଅରଣ୍ୟରେ ।

ଅଣ୍ଟିରେ କିଛି କଞ୍ଚା ପତ୍ର
ତୋଳି ନେଇ ଆସୁଥିବା
ପାଖ ଗାଆଁ ଆଦିବାସୀ ଝୁଅ
ହଠାତ୍ ଆଖି ଟେକି ଚାହିଁରୁହେ
ଦେଖି ବନପକ୍ଷୀ,
ଅଣ୍ଟିର ଗଣ୍ଠିକୁ ସାମାନ୍ୟ ଫିଟେଇ
ଧାଇଁ ଧାଇଁ ହଜିଯାଏ, କାଜୁ ଅରଣ୍ୟରେ ।

ଦୁର୍ବଳିଆ ପତ୍ର ଆଉ
ଚିକ୍ ମିକ୍ ପ୍ରଜାପତି ମାନେ
ପୂର୍ବ ପରି ରହିଥାନ୍ତି ପଲକ ଉଠେଇ
ସେଇ ପୂରାତନ କାଜୁ ଅରଣ୍ୟରେ । ।

ମୋ.ନଂ.: ୯୪୩୮୧୨୧୯୬୫

Leave A Reply

Your email address will not be published.

1 + two =