pakka

୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବନ୍ଧପଡ଼ାକୁ ହରାଇ ଭୂତିଆରବାହାଲ ଚାମ୍ପିଅନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ାରେ ୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବନ୍ଧପଡ଼ା ଓ ଭୂତିଆରବାହାଲ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ଭୂତିଆରବାହାଲ୍ ୨୫ ରନ୍‌ରେ ଜିତି ଚାମ୍ପିଅନ ହୋଇଛି । ଏହି ମ୍ୟାଚକୁ ଚିମନ୍ ପଧାନ, ମାରୁତି ଜେନା ପରିଚାଳନା କରିଥିବା ବେଳେ ରଞ୍ଜିତ ସାହୁ, ରଜତ ଗହିର ସ୍କୋର ବୋର୍ଡ ଦାୟିତ୍ଵ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ବିଜେଡି ସଭାପତି ସୁଶିଲ ଚାନ୍ଦ, ସମ୍ମାନିତ ଅତିଥି ଭାବେ ଅଶୋକ ଭୋଇ, ମଧୁସୁଧନ ସିଂନିନା, ଘୁଣ୍ଡୁ ଗୋପାଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅଚ୍ୟୁତ ମିଶ୍ର ପ୍ରତିଯୋଗିତାର ଧାରା ବିବରଣୀ ଦେଇଥିବା ବେଳେ କମିଟିର ପ୍ରମୋଦ, ସରଜୁ, ସୁରେଶ, ସଞ୍ଜୟ, ସୁଶାନ୍ତ ଅଶୋକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 1 =