pakka

ଉପରଝରରେ ଗଣେଷ ପୂଜା ଓ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଶନିବାର ଦିନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଉପରଝର ଯୁବକ ସଂଘ ଆନୁକୂଲ୍ୟରେ ସଭାପତି ବିକାଶ ବିଶ୍ୱାଳଙ୍କ ସଭାପତିତ୍ୱରେ “ଗଣେଷ ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ-୨୦୨୨” କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ବିକାଶ ବିଶ୍ୱାଳ, ସଂପାଦକ ରମେଶ ମହାପାତ୍ର, କୋଷାଧ୍ୟକ୍ଷ ବୁଦ୍ଧଦେବ ସାହୁ ଏବଂ ସଂଘର ସଂଯୋଜକ ଭାବରେ ବସନ୍ତ ସେଠଙ୍କୁ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ଆଲୋକ ପଧାନ, ଅଚ୍ୟୁତ ଭୋଇ, ରଞ୍ଜିତ ମଲ୍ଲୀକ, ନିଖିଳ, ଜଗା ମାଝୀ, ମହେଶ୍ୱର, ପଞ୍ଚା, ସୋନୁ, ଆକାଶ, କ୍ନାହା, ମୁକେଶ, ପିଙ୍କୁ, ନମରଞ୍ଜନ, ବିଟୋ, ଗୋକୁଳ, ଅନିଲ, ଉଜଳ ଏବଂ ରାମଶଙ୍କର ମେହେର ଉପସ୍ଥିତ ଥିଲେ । ନୂଆଁଖାଇ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ସିଦ୍ଧାନ୍ତ କରାଯାଇଥିଲା । ପରିଶେଷରେ ସଭାର ସଦସ୍ୟ ରାମଶଙ୍କର ମେହେର କାର୍ଯ୍ୟକ୍ରମକୁ ସୁପରିଚାଳନା କରାଯିବା ଦିଗରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

14 − 12 =