p purohi

ପ୍ୟାଲେସଲାଇନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ନିଆରା ପର୍ବ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୨୦ର ପ୍ୟାଲେସଲାଇନ ଠାରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ଏକ ନିଆରା ପର୍ବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୨୦ର ପୂର୍ବତନ କାଉନ୍‌ସିଲର ପିତାମ୍ବର ଖମ୍ବାରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୟାନନ୍ଦ ପ୍ଲେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି +୨ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଚଂଚଳ ସ୍ୱର୍ଣ୍ଣକାର, ବିଶ୍ୱଭୂଷଣ ପଧାନ ଏବଂ ଅଂଶୁମାନ ପଣ୍ଡାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନେ ଯୋଗଦାନ କରି ତ୍ରିରଙ୍ଗା ପତାକାକୁ ନିଜ ହାତରେ ଧରି ଉତ୍ସାହିତ ହୋଇଥିବା ବେଳେ ପଡାର ସୁରେଶ, ନୃପ, ରୁପେଶ, ଡିଲୁ ଭକ୍ତ, ଆଶିଷ, ସିକୁ, ମୁନା, ନବିନ, ଗୌରାଙ୍ଗ, ଜ୍ୟୋତିରଂଜନ ଏବଂ କୁନା ସହଯୋଗ କରିବା ସହ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.