pakka

ବେହେରାମୁଣ୍ଡାରେ ବିଂଝାଲ ସମାଜର ସଚେତନତା ବୈଠକ

bbehera
  • ବିଂଝାଲ ସମାଜର ସାମାଜିକ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ବେହେରାମୁଣ୍ଡା ଗ୍ରାମରେ ସର୍ବଭାରତୀୟ ବିଂଝାଲ ସମାଜର ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଲକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ସମାଜ ସେବୀ ବିଜୟଲାଲ ବରିହା, ଜିଲ୍ଲା ମିଡିଆସେଲ ସଂଯୋଜକ ଗୋରେଖନାଥ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ପ୍ରମୁଖ ସମାନ୍ନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ବୈଠକରେ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନେକ କ୍ଷେତ୍ରରେ ବିଂଝାଲ ସମାଜର ନିତିନିୟମ ସମିଧାନକୁ କଡାକଡି ଭାବରେ ପାଳନ କରିବାକୁ ଗ୍ରାମରୁ ପଞ୍ଚାୟତ ବ୍ଲକ ସ୍ତରରେ ଆଗାମୀ ଦିନରେ ସଚେତନ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବ୍ଲକର ଡୁମେରବାହାଲ ସାନ ବରିହା କବି ବରିହା, ପର୍ଲିମାଲ ସଭାପତି ସୁଦର୍ଶନ ବରିହା, କଲାକାହ୍ନୁ ବରିହା, ଘାଗୁର୍ଲି ସାନ ବରିହ, ବାଗଦୋର ଚିତୃବରିହାଙ୍କ ସମେତ ଅନ୍ୟ ପଞ୍ଚାୟତର କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ବେହେରାମୁଣ୍ଡା ଗ୍ରାମର ସମାଜ ସଦସ୍ୟ ଲଲିତ ମୋହନ ମାଝୀ, ଗୋର୍ବଦ୍ଧନ ବରିହା, ନୃପମଣି ମାଝୀ, ରାମଚନ୍ଦ୍ର ବରିହା, ବାହାଦୁଲ ବରିହାଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × one =

error: Content is protected !!