pakka

ଜେଏସ୍‌ଏମ୍‌ କମର୍ସ କଲେଜରେ ବିଦାୟକାଳୀନ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ କମର୍ସ କଲେଜର ବିଦାୟକାଳୀନ ସମର୍ଦ୍ଧନା ଉତ୍ସବ ବଲାଙ୍ଗିର ମାରୱାଡ଼ି ସେବା ସଦନଠାରେ ଆଜି ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ସମ୍ମାନିତ ଅତିଥି ରୂପେ ରୋଟରିଏନ୍‌ ଧର୍ମେନ୍ଦ୍ର ନନ୍ଦ ଯୋଗଦେଇ ଅଧ୍ୟାପକ ଓ କଲେଜର କର୍ମଚାରୀମାନଙ୍କୁ ସମ୍ମାନିତ କରି ସେମାନଙ୍କ ପ୍ରଚେଷ୍ଟା ଯୋଗୁଁ କଲେଜର ଫଳାଫଳ ଭଲ ହେଉଥିବା ସହିତ ଉତ୍ତମ ଛାତ୍ର ସୃଷ୍ଟି ହୋଇଛନ୍ତି ବୋଲି କହିଥିଲେ । ବିଭିନ୍ନ ଦିଗରେ ସଫଳତା ପାଇ କଲେଜର ନାମକୁ ବୃଦ୍ଧି କରିଥିବା ଯୋଗୁଁ କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଛାତ୍ରମାନେ ଅନୁଷ୍ଠାନର ଗୌରବ ବୋଲି କହିଥିଲେ । ପରେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଛାତ୍ର ଛାତ୍ରୀମାନେ ଭରପୁର ମନୋରଞ୍ଜନ କରିଥିଲେ ।

jay balangir
Leave A Reply

Your email address will not be published.

5 + seven =

error: Content is protected !!