ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଉପସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସାଧାରଣ ସଂପାଦକ ମନୋରଂଜନ ସାହୁ ବିଗତ ବୈଠକର ବିବରଣୀ ପାଠ କରି ନୂତନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ଏହି ବୈଠକରେ ସହରର ବିଭିନ୍ନ ସମସ୍ୟା ଯଥା ବର୍ଷ ପୂର୍ବରୁ ଡ୍ରେନ୍ ସଫେଇ କାର୍ଯ୍ୟର ଅଗ୍ରଗତି, ଟାଟା ବିଦ୍ୟୁତ କଂପାନୀର ବିଳମ୍ବରେ ବିଲ ପ୍ରଦାନ ଯୋଗୁଁ ଖାଉଟିର ଅଧିକ ଖର୍ଚ୍ଚାନ୍ତ, ସରକାରଙ୍କ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ବିଫଳତା ଆଦି ସମସ୍ୟା ଉପରେ ଆଲୋଚନା ହୋଇଥିଲା ଓ ଏହାର ପ୍ରତିକାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଅନ୍ୟାନ୍ୟମାନଙ୍କ ମଧ୍ୟରେ ଗୋପଭୂଷଣ ନାଥ, ଅଶୋକ ମିଶ୍ର, ଦିବାକର ହୋତା, ସତ୍ୟବନ୍ତ ବେଦବାକ, ଦ୍ୱାରିକାନାଥ ପଟେଲ, ଆର୍ତ୍ତତ୍ରାଣ ମିଶ୍ର, ପିତବାସ ପଣ୍ଡା, ଶାନ୍ତନୁ ମିଶ୍ର, କପିଳେଶ୍ୱର ଖମାରୀ, ବାସୁଦେବ ନାଥ, ଗୋପବନ୍ଧୁ ପୁରୋହିତ, ବୃନ୍ଦାବନ ବରାଳ, ବ୍ରଜରାଜ ପୁରୋହିତ, ଗୋବର୍ଦ୍ଧନ ପାଣ୍ଡିଆ, ସଲିମ ଖାନ, ଶୁଭେନ୍ଦ୍ର କୁମାର ତ୍ରିପାଠି, ନରେଶ କୁମା ଦାଶ, ବିଶ୍ୱନାଥ ତ୍ରିପାଠି, ଦୁର୍ଗା ପ୍ରଶନ୍ନ ଛୁରିଆ ଓ ସଂଗ୍ରାମ ବହିଦାର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Prev Post