ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଗାନ୍ଧୀନଗରପଡା ବାସିନ୍ଦା ଅମୃତ ଚୋପଦାର (୮୨) ଗତ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ବହୁତ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା ଅମୃତା ଜଣେ ପରୋପକାରୀ ଓ ଧର୍ମପରାୟଣା ନାରୀ ଥିଲେ । ତାଙ୍କର ପୁଅ ହିରେନ ଚୋପଦାର ଓ ଝିଅ ପ୍ରତିମା ଚୋପଦାର ମୁଖାଗ୍ନି ଦେଇଥିବା ବେଳେ ଅନ୍ୟ ଝିଅ ଅନୁପମା ଓ ନାତୁଣି ବୈଭବୀଙ୍କ ସହ ପରିବାର ବର୍ଗ, ଗୁଡିଆ ସମାଜ ଓ ପଡାବାସୀ ଶବଦାହ ବେଳେ ଉପସ୍ଥିତ ଥିଲେ । ସ୍ୱର୍ଗତ ଅମୃତଙ୍କ ବିୟୋଗରେ ଗାନ୍ଧିନଗରପଡାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

fourteen − fourteen =