ବିଶ୍ୱ ପରିବେଶ ଦିବସ ଅବସରରେ କ୍ଲିନ୍‌ ଏଣ୍ଡ୍‌ ଗ୍ରିନ୍‌ ଅନୁଷ୍ଠାନ ଏବଂ ରେଳବାଇ କର୍ମଚାରୀଙ୍କ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପଧାନ) : ବିଶ୍ୱ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ରାଉରକେଲା ରେଳ ଷ୍ଟେସନ୍‌ଠାରେ କ୍ଲିନ ଏଣ୍ଡ୍‌ ଗ୍ରୀନ୍‌ ଅନୁଷ୍ଠାନ ଏବଂ ରେଳବାଇ ପକ୍ଷରୁ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରେଳ ଷ୍ଟେସନ ପ୍ରବନ୍ଧକ ଅଭୟ କୁମାର ମିଶ୍ର, ମୁଖ୍ୟ ବାଣିଜ୍ୟ ନିରକ୍ଷକ ଶଙ୍କର କୁମାର ଝା, ଚନ୍ଦନ ମିଶ୍ର ଏବଂ ଉପଷ୍ଟେସନ ପର୍ଯ୍ୟବେକ୍ଷ ପ୍ରଶାନ୍ତ କିଶୋର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲିନ୍‌ ଏଣ୍ଡ୍‌ ଗ୍ରୀନ ଅନୁଷ୍ଠାନର ୩୫ ସଦସ୍ୟମାନଙ୍କ ସହିତ କିଛି ରେଳ କର୍ମଚାରୀ ମଧ୍ୟ ସାମିଲ ହୋଇ ଷ୍ଟେସନ ପରିସରକୁ ସଫା କରିଥିଲେ । ଏହା ସହିତ ବୃକ୍ଷ ରୋପଣ ପରେ ବୃକ୍ଷ ଗୁଡିକ ବଡ ହେବା ପର୍ୟ୍ୟନ୍ତ ତାହାର ସେବା ଯତ୍ନ କ୍ଲିନ୍ ଆଣ୍ଡ ଗ୍ରୀନ ଅନୁଷ୍ଠାନ ନିଜେ ବହନ କରିବ ବୋଲି କହିଛନ୍ତି ଡ଼କ୍ଟର ସେଠୀ । ସଭାପତି ଡ଼କ୍ଟର ଦେବେନ୍ଦ୍ର ସେଠୀଙ୍କ ଏବଂ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଓ ଓର୍ଗନାଇସିଙ୍ଗ୍ ସମ୍ପାଦକ ହିମାଂଶୁ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

5 × four =