ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଧରାହେଲା ଗଞ୍ଜେଇ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ରେଳ ଷ୍ଟେସନରେ ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛିି । ସୂଚନା ମୁତାବକ ଏହି ଚଢ଼ାଉରେ ସାଢ଼େ ଆଠକିଲୋ ବେଆଇନ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଓ ରେଳବାଇ ସୁରକ୍ଷା ପୋଲିସ ମିଳିତ ଭାବେ ଚଢ଼ାଉ କରି ଧରିଥିଲେ । ଦୀପକ କୁଶୱା ନାମକ ଜଣେ ବ୍ୟକ୍ତି କଲିକତା ଯିବାକୁ ଥିବା ଏକ ଟ୍ରେନ୍‌ରେ ଚଢ଼ିବାକୁ ଅପେକ୍ଷା କରିଥିବା ସମୟରେ ତା’ ନିକଟରେ ଚୋରା ଗଞ୍ଜେଇ ଥିବା ସୂଚନା ମିଳିଥିଲା । ଏହାପରେ ଦୀପକକୁ ଚଢାଉ କରି ଧରାଯାଇଥିବା ବେଳେ ଚଢ଼ାଉ ସମୟରେ ଗଞ୍ଜେଇ ଥିବା ବ୍ୟାଗ୍‌ ଫୋପାଡ଼ି ଫେରାର ହେବାକୁ ଦୀପକ ଉଦ୍ୟମ କରୁଥିଲା । ଏହି ସମୟରେ ଦୀପକକୁ ଧରି ଗିରଫ କରାଯିବା ସହିତ ତା’କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

1 + fourteen =