pakka

କଣ୍ଟାବାଞ୍ଜି ଥାନାରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ବୈଠକ

bbehera

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ଏସ୍‌ଡ଼ିପିଓ ଡଃ.ହୃଷିକେଶ ମେହେରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଥାନା ରିସେପ୍‌ସନ୍‌ ହଲ୍‌ରେ ସହରରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାଣ୍ଟାବାଞ୍ଜି ଏନ୍‌ଏସି ଇଓ ସାମି ଜୟଶ୍ରୀ ରେଡ୍ଡୀ, ପିଡ଼ବ୍‌ଲ୍ୟୁଡ଼ି ଏସ୍‌ଡ଼ିଓ ଏସ୍.କେ. ପାତ୍ର, ଏନ୍‌ଏସି ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ମାର୍ଚାଣ୍ଟ ଆସୋସିଏସନର ସଦସ୍ୟ, ଟ୍ରକ୍ ଓନର୍‌ ଆସୋସିଏସନ୍, ମିଡିଆର ସଦସ୍ୟ ଏବଂ କିଛି ସ୍ଥାନୀୟ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ । କାଣ୍ଟାବାଞ୍ଜି ସହରରେ ସରଳ ଓ ସୁରକ୍ଷିତ ଯାତାୟାତ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଅଟକି ରହିଥିବା ଯାନଗୁଡ଼ିକୁ ହଟାଯିବା ଓ ଜବର୍‌ଦଖଲ୍‌ ଉଚ୍ଛେଦ କରାଯିବା ସହ ସାଧାରଣ ଜନତାଙ୍କୁ ମୁକ୍ତ ଚଳାଚଳର ଅଧିକାର ପ୍ରଦାନ କରାଯିବାକୁ ସମସ୍ତ ପଦକ୍ଷେପ ନିଆଯିବା ପାଇଁ ସର୍ବସର୍ବତି କ୍ରମେ ମତପ୍ରକାଶ ପାଇଥିଲା ।

jay balangir
Leave A Reply

Your email address will not be published.

one × four =

error: Content is protected !!