
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ଓ ଦେଓଗାଁ ବ୍ଲକ ଦଳିତ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଭୀମ ପାହାଡ଼ ସ୍ଥିତ ପର୍ଯ୍ୟଟନ କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ବୈଠକ ରବିବାର ଅନୁଷ୍ଠିକ ହୋଇଯାଇଛି । ଏହି ବୈକରେ ଲକ୍ଷେଘର ଗଣ୍ଡା ସମାଜର ସଭାପତି ଡମ୍ବରୁଧର ହରପାଲ ସଭାପତିତ୍ୱ କରିଥିବା ବେଳେ କମିଟିର ସଂପାଦକ ଶ୍ରୀବତ୍ସୀ ନାଗ ସମାଜର ଉନ୍ନତି ବିଷୟରେ ପ୍ରସ୍ତାବ ଆଗତ କରିଥିଲେ । ସମାଜର ଶିଶୁମାନଙ୍କୁ ଶିକ୍ଷିତ କରିବା ସହ ଯୁବ ଗୋଷ୍ଠି ଯେପରି ବିପଥଗାମୀ ନ ହୋଇ ଶିକ୍ଷିତ ହୋଇ ସ୍ୱାବଲମ୍ବୀ ହୋଇପାରିବେ, ସେଥିପ୍ରତି ସମାଜର ସବୁ ଗୋଷ୍ଠିର ଦାୟିତ୍ୱ ଅଛି । ତାହାକୁ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ଓ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଦୀପ ଛତ୍ରିଆଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଚନ୍ଦ୍ରମଣି ଛତ୍ରିଆ, ଅକୃର ସୁନା, ତପନ ନାଗ, ବିରେନ୍ଦ୍ର ସୁନା, ଦୀପକ ଛତ୍ରିଆ, ତିଲକ ଛତ୍ରିଆ, ଉଦ୍ଧବ ନାଗ, ପଦ୍ମଲୋଚନ କୁମ୍ଭାର, ଆଶିଷ ବାରିକ, ଗୋପାଳ ବାରିକ ଓ ଲକ୍ଷେ ଘର ଗଣ୍ଡା ସମାଜର ସାମାଜିକ ସଂଗଠନର ସମସ୍ତ ସଭ୍ୟ, ସଭ୍ୟା ଯଥା ଉଦ୍ଧବ ବାରିକ, ସୁଶୀଲ ନାଗ, ଗୁରୁଦେବ କୁମ୍ଭାର, ଅନାବ ବାରିକ, ମହାଦେବ ସୁନା, ବିରେନ୍ଦ୍ର ରାଏ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷକ ପ୍ରକାଶ ନନ୍ଦ ଓ କଣ୍ଣର୍ ସୁନାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।