
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ତେବେ ଜିଲ୍ଲାପାଳ କିଛି ଅଭିଯୋଗର ତତକ୍ଷଣାତ୍ ଫଇସଲା କରିଥିବା ମଧ୍ୟ ଦେଖାଯାଇଥିଲା । ଆଜିର ଏହି ଅଭିଯୋଗ ଶିବିରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ ପଟେଲ, ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର, ଏବିଡ଼ିଓ ପୁଷ୍ପାଞ୍ଜଳି ନାଏକ, ଜିପିଇଓ ସେନାପତି ମଙ୍ଗରାଜଙ୍କ ସହ ଦେଓଗାଁ ବ୍ଲକ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏହି ଶିବିରରେ ୨୯ ଜଣଙ୍କ ଅଭିଯୋଗ ଗ୍ରହଣ ହୋଇଥିବା ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର ସୂଚନା ଦେଇଛନ୍ତି ।