ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ଗ୍ରୀଷ୍ମ ଋତୁ, ତେବେ ହିଟ୍ ୱେଭ୍ ପରିସ୍ଥିତିକୁ ହ୍ରାସ କରିବା ପାଇଁ ପ୍ରସ୍ତୁତିମୂଳକ ସଭା ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଷ୍ଣତା ତରଙ୍ଗ ପରିସ୍ଥିତିକୁ ହ୍ରାସ କରିବା ପାଇଁ ଗ୍ରହଣୀୟ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ବିଷୟରେ ଉପ-ମଣ୍ଡଳ ସ୍ତରୀୟ ପ୍ରସ୍ତୁତିମୂଳକ ସଭା ଉପ-ଜିଲ୍ଲାପାଳ, ଟିଟିଲାଗଡ଼ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ତେବେ ଆସୁଥିବା ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେନେଇ ପ୍ରସ୍ତୁତି କରିବା ସହ ଯାହା ଯାହା ଅସୁବିଧା ରହିଛି ତାହାର ସମାଧାନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢୀ କହିଛନ୍ତି । ତେବେ ଅଂଶୁଘାତରୁ ଜନସାଧାରଣ କିଭଳି ରକ୍ଷା ପାଇବେ ସେନେଇ ଲୋକଙ୍କୁ ସଚେତନତା, ଖରା ଦିନେ କାହାର ବିଦ୍ୟୁତ କାଟ ନ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର, ଯେଉଁ ସ୍ଥାନରେ ପାଣିର ଅଭାବ ରହିଛି ଟ୍ୟାଙ୍କର ବ୍ୟବସ୍ଥା ସହ ସରକାରୀ ଡାକ୍ତରଖାନାରେ ସୁବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ । ଅଙ୍ଗନୱାଡି ୱାର୍କର ଠାରୁ ଆରମ୍ଭ କରି ପୌର ପରିଷଦର ନିର୍ବାହୀ ଅଧିକାରୀ ଯାଏଁ ସନସ୍ତଙ୍କୁ ନିଜ ନିଜର ଦାୟିତ୍ଵ ନିର୍ବାହ କରିବାକୁ କୁହାଯାଇଛି ।