ସଇଁତଲା ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

  • ସାମ୍ବାଦିକଙ୍କ ପ୍ରେଷ୍ଟିଜ, ପେନସନଏବଂ ପ୍ରୋଟେକ୍ସନ ଦାବି କଲେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି

ସଇଁତଲା/ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଇଁତଲା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଓୟୁଜେ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ଼. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ କମ୍ଭୁପାଣି ମିଶ୍ର, ଶ୍ରମିକ ତଥା ଚାଷୀ ସଂଗଠକ କୃଷ୍ଣଚନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରିତୁରାଜ ସିଂ, ଜାତୀୟ ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ସଦସ୍ୟ ସୁରେଶ ଦାଶ ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡିଶା ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଭର୍ଚୁଆଲ ମୋଡ଼ରେ ଯୋଗଦେଇ ବର୍ତ୍ତମାନ ରାଜ୍ୟରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋକପାତ କରିବା ସହ ରାଜ୍ୟରେ ଏବେ ଗଣମାଧ୍ୟମ ହିଁ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ନେଇ ମତ ପ୍ରକାଶ କରିଥିଲେ । ରାଜ୍ୟରେ ଏକଛତ୍ରବାଦ ଶାସନ ବ୍ୟବସ୍ଥା ରହିଥିବା ବେଳେ ବିରୋଧୀ ଏକ ପ୍ରକାର ଦିବ୍ୟାଙ୍ଗ ସଦୃଶ୍ୟ ମୁକ ସାକ୍ଷୀ ପରି ରହିଥିବା କହିଥିଲେ । ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଏବେ ରାଜ୍ୟରେ ଗଣମାଧ୍ୟମ ହିଁ ସରକାରଙ୍କ ମୁଖ୍ୟ ବିରୋଧୀ ସାଜି ଏକଛତ୍ରବାଦ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି । ଏବେବି ରାଜ୍ୟରେ ସାମ୍ବାଦିକ ମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ ସାମ୍ବାଦିକମାନଙ୍କ ସୁରକ୍ଷା, ପେନ୍‌ସନ୍‌ ଏବଂ ସମ୍ମାନ ଦାବି ନେଇ ଦୀର୍ଘ ବର୍ଷ ଧରି ଓଡିଶା ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ତାର ସ୍ୱରକୁ ଜାରି ରଖିଛି । ସରକାରଙ୍କ ଜନହିତକର କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ବିଭିନ୍ନ ସମୟରେ ଏକଛତ୍ରବାଦ ଶାସନ, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଶୋଷଣ ବିରୋଧରେ କେବଳ ଗଣମାଧ୍ୟମ ହିଁ ସ୍ୱର ଉଠାଇ ଏକ ବିରୋଧୀ ଦଳର ଭୂମିକା ନିର୍ବାହ କରିଥିବା ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଆଭାସୀ ମାଧ୍ୟମରେ କହିଥିଲେ । ମୁଖ୍ୟ ଅତିଥି ଡ଼. ଶ୍ରୀକର ମିଶ୍ର ରାଜ୍ୟରେ ଯଦି ଗଣମାଧ୍ୟମ ପ୍ରତିନିଧି ଜାଗ୍ରତ ପ୍ରହରୀ ଭାବରେ ଦାୟିତ୍ୱ ନିର୍ବାହ କରୁନଥାନ୍ତା ତା ହେଲେ ଆଜି ହୁଏତ ସାଧାରଣ ଜନତା ଅଣନିଶ୍ୱାସୀ ହୋଇ ରହି ଯାଇଥାନ୍ତେ, ପ୍ରତିକୂଳ ପରିସ୍ଥିତିରେ ବି ଆଜି ଅନେକ ଗଣମାଧ୍ୟମ ପ୍ରତିନିଧି ସତ୍ୟକୁ ସାଧାରଣ ଜନତାଙ୍କ ଆଗରେ ଆଣି ନିଜେ ତଳିତଳାନ୍ତ ହେଉଥିବା କଥାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଗଣମାଧ୍ୟମ ସବୁ ସମୟରେ ସାଧାରଣ ଜନତାଙ୍କ ହିତ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିବାରୁ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକମାନଙ୍କୁ ବେଶ ପ୍ରଶଂସା କରିବା ସହ ଓୟୁଜେ ବଲାଙ୍ଗିର ୟୁନିଟକୁ କେବଳ ଯେ ସରକାରଙ୍କ କାର୍ଯ୍ୟକୁ ତଦାରଖ କରୁଛି ତାହା ନୁହେଁ ବରଂ ଜିଲ୍ଲାରେ ଅନେକ ପ୍ରକାର ସାମାଜିକ କାର୍ଯ୍ୟକଳାପ ମାନ ଆୟୋଜନ କରି ଏକ ନିଆରା ପରିଚୟ ସୃଷ୍ଟି କରିବା ନେଇ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ଡ଼. ଶ୍ରୀକର ମିଶ୍ର । ଏହି ଅବସରରେ ମୁଖ୍ୟ ଅତିଥି ଡ଼. ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ କମ୍ପୁପାଣି ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଋତୁରାଜ ସିଂଙ୍କୁ ଜିଲ୍ଲା ଓୟୁଜେ ସଭାପତି ପ୍ରଦୀପ୍ତ ମିଶ୍ର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ତୃଣମୂଳ ସ୍ତରରେ ଉଲ୍ଲେଖନୀୟ ଖବର ପ୍ରସାରଣ ତଥା ସାମ୍ବାଦିକ ଭାବରେ ରହିଥିବା ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ, ଡ଼ିଡ଼ି ନ୍ୟୁଜର ସୁବୋଧ ମେହେର, ରଶ୍ମି ରଞ୍ଜନ ପୁଟେଲ, ପୁଷ୍ପକେତୁ ବେହେରା, ସାମାଜିକ କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କଣ୍ଟାବାଞ୍ଜି ପ୍ରେସ କ୍ଳବର ସଭାପତି ପ୍ରଭଜିତ ସିଂ ସାଲୁଜା, ସାଧାରଣ ଲୋକଙ୍କ ପ୍ରିୟ ସାଜି ଆଇନ ସହାୟତା ପ୍ରଦାନ କରୁଥିବା ସଇଁତଲାର ବରିଷ୍ଠ ଆଇନଜୀବୀ ସୁବୋଧ କୁମାର ମିଶ୍ର, ସୂଚନା ଅଧିକାର ଆଇନକୁ ଠିକ ଭାବରେ ବ୍ୟବହାର କରୁଥିବା ସୂଚନା ଆଇନକର୍ମୀ ବଳଦେବ କୁମ୍ଭାର ଏବଂ ଦୀର୍ଘ ବାର ବର୍ଷ ଧରି ସାଇକେଲରେ ବିଭିନ୍ନ ଖବରକାଗଜ ଗୁଡ଼ିକ ଘର ଘର ବାଣ୍ଟୁଥିବା ବିତରକ ଅନି ରାଓ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଡ଼. ଶ୍ରୀକର ମିଶ୍ର ଟ୍ରଫି ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ଶିବ ପ୍ରସାଦ ପରିଡା, ସଦାଶିବ ସରାଫଙ୍କୁ ଅତିଥିଗଣ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ନୃତନ ସଦସ୍ୟ ଭାବରେ କୃତିକର ବାଗ, ସନ୍ତୋଷ ପଟ୍ଟନାୟକ, ରଞ୍ଜନ ବାଗ, ଗୌତମ ଖେତୀ, ସୁଶାନ୍ତ ମେହେର, ଗୋକୁଳାନନ୍ଦ ବଗର୍ତ୍ତୀ ପ୍ରମୁଖ ଓୟୁଜେ ବଲାଙ୍ଗିର ୟୁନିଟରେ ଯୋଗଦାନ କରିଥିଲେ । ଜିଲ୍ଲା ସଭାପତି ତଥା ସମ୍ପାଦକ ନୂତନ ସଦସ୍ୟମାନଙ୍କୁ ଗୋଲାପଫୁଲ ଦେଇ ସ୍ୱାଗତ ଜଣାଇଥିଲେ । ସଭା ପ୍ରାରମ୍ଭରୁ ବାଗ୍‌ଦେବୀ ତଥା ମାତା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ଉପଖଣ୍ଡ ଉପସଭାପତି ସଞ୍ଜୟ ବେହେରା ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ପ୍ରଦୀପ୍ତ ମିଶ୍ର ସଂଯୋଜନା କରିଥିଲେ । ଜିଲ୍ଲା ସମ୍ପାଦକ ଅଭୟ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପଖଣ୍ଡ ସମ୍ପାଦକ ତରୁଣ ବେହେରା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ନନ୍ଦ, ରଞ୍ଜନ ବାଗ, ଗୋକୁଳାନଁନ୍ଦ ବଗର୍ତ୍ତୀ, ଆଲୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ସଦର ମହକୁମା, ପାଟଣାଗଡ଼, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟି ସେଲ ଅଧ୍ୟକ୍ଷ ସନ୍ତୋଷ ସିଂଦେଓ, ଦୀପକ ସମ୍ମାଦାର, ଦୀପକ ଯାଦବ, ନରେଶ ସାହୁ, ଶରତ ମିଶ୍ର, ରଂଜିତ ବେହେରା, ବଂଶୀଧର ସେଠ, ପ୍ରବୀଣ ପୁରୋହିତ, ସଞ୍ଜୟ ନାୟକ, ରାଖାଲ ଶତପଥି, ତାପସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + fourteen =