ବିକାଶ ଅନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା-୨୦୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ୱିସ୍‌ଡମ୍ ପାର୍କ ପରିସରରେ ସି.ଏଚ୍‌.ଏସ୍‌.ଇ ବିକାଶ ମେଧାବୀ ପରୀକ୍ଷା ୨୦୨୪-୨୫ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର କାର୍ଯ୍ୟ ର୍ନିବାହୀ ନିର୍ଦ୍ଦେଶକ, ଡି. ନାଗେଶ୍ଵର ରାଓ, ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଟ୍ ପରିଚାଳନା ମଣ୍ଡଳୀ ସଦସ୍ୟ ଡି. ପ୍ରତାପ, ଭବାନୀପାଟଣା ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ ନୂଆପଡା, ନବରଙ୍ଗପୁର, ବଲାଙ୍ଗିର ଆଦି ପଡୋଶୀ ଜିଲ୍ଲାରୁ ସି.ଏଚ୍‌.ଏସ୍‌.ଇ.ରେ ଏକ ହଜାର ସତୁରୀ ଜଣ ବିଦ୍ୟାର୍ଥୀ ଭାଗ ନେଇଥିବା ବେଳେ ଏକ ହଜାରରୁ ଊର୍ଦ୍ଧ୍ଵ ଅଭିଭାବକଙ୍କ ସମାଗମ ହୋଇଥିଲା । ମୁଖ୍ୟ ଅତିଥି ଡି. ନାଗେଶର ରାଓ ବିକାଶର ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ଉପରେ ବିଶଦ ଭାବରେ ବ୍ୟାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧ ପରିକର ବୋଲି ଅଭିମତ ରଖିଥିଲେ । ନିର୍ଦ୍ଦେଶକ ଡି. ଶ୍ୟାମ ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ରହିଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୂଚାଇଥିଲେ । ନିର୍ଦ୍ଦେଶକ ଡି. ରାମ କୁମାର ଶିକ୍ଷା ସହିତ ଅନ୍ୟାନ୍ୟ ସ‌ହଶିକ୍ଷାର ଭିତ୍ତିଭୂମି ଉପରେ ଗୁରୁତ୍ଵାରୋପ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ବିଗତ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ନେଇ ଆୟୋଜିତ ହୋଇଥିବା ବିକାଶ ମେଧାବୀ ପରୀକ୍ଷାର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜି ଆୟୋଜିତ ମେଧାବୀ ପରୀକ୍ଷାରେ କୃତକାର୍ଯ୍ୟ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ଯଥାକ୍ରମେ ୧୫,୦୦୦ , ୧୦,୦୦୦ ଓ ୫,୦୦୦ ଟଙ୍କା ମେଧାବୃତ୍ତି ସହ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଶିକ୍ଷକ ଲବକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 5 =