mahavir

ଭୂମିକା ଆୟୋଜିତ ବିଷୁବୋତ୍ସବ-୨୦୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଭୂମିକା’ର ପ୍ରତିଷ୍ଠାତା ଛନ୍ଦାଚରଣଙ୍କ ସ୍ମରଣେ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ପରିସରରେ ବିଷୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମିକାର ସଭାପତି ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ନିମନ୍ତ୍ରୀତ କବି ଭାବରେ ସୋନପୁରର ଆଶିଷ ମିଶ୍ର, ବଲାଙ୍ଗିରର ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ସୋନପୁର ମେଣ୍ଡାର ମଞ୍ଜୁ ବେହେରା, ଭବାନୀପାଟଣାରୁ ପ୍ରଶାନ୍ତ ଦାଶ, ବଲାଙ୍ଗିରର ଝରଣା ସାହୁ, ଝାରସୁଗୁଡାର ଆଶିଷ ପ୍ରଧାନ, ବଲାଙ୍ଗିରର ଚୁମକି ଦାଶ, ଭୂମିକାର ଅର୍ଜୁନ ସାହୁ ପ୍ରମୁଖ ନିଜସ୍ଵ କବିତା ଆବୃତ୍ତି କରିଥିଲେ । ସେହିପରି ନିମନ୍ତ୍ରୀତ ଗାଳ୍ପିକ ଭାବରେ ଦିଲେଶ୍ଵର ରନା ଓ ଡ଼. କୈତୁକ ପନ୍ଦର ଗଳ୍ପ ପାଠ କରିଥିଲେ । କଥା ଓ କବିତା କାର୍ଯ୍ୟକ୍ରମକୁ କବି ବିଜୟ ତ୍ରିପାଠୀ ସଂଯୋଜନା କରିଥିଲେ । ତେବେ ଶ୍ରୋତାମାନେ କବିତା ଓ ଗଳ୍ପ ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ନାଦ ନିକୁଞ୍ଜର କୁନି କଳାକାର ଦ୍ୱାରା ମଙ୍ଗଳା ଚରଣ ପରିବେଷ୍ଟିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ କବି ଡ଼. ମଞ୍ଜୁବାଳା ପଣ୍ଡାଙ୍କୁ ‘ଭୂମିକା ସମ୍ମାନ’ ପ୍ରଦାନ କରାଯାଇଥିଲା । ସମ୍ମାନର ପ୍ରତ୍ୟୁତ୍ତରରେ ସେ କହିଥିଲେ ଯେ, ମୁଁ ଆଜି ଉଲ୍ଲାସରେ କଣ୍ଠରୁଦ୍ଧ ହୋଇ ଯାଉଛି, ମୁଁ ବହୁତ ପଢୁଥିଲି ସେଥିପାଇଁ ବୋଧେ ମୁଁ ଡାକ୍ତର ହୋଇ ମୋ ଭିତରେ ସେ ସମ୍ବେଦନଶୀଳ ହୋଇ ଲେଖି ପାରୁଛି ଓ ରୋଗୀ ଦେଖିଛି । ଅନୁଷ୍ଠାନର ସମ୍ପାଦକ ଶକ୍ତି ଦତ୍ତ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଭୂମିକାର ଉପ ସଭାପତି ନିଗମାନନ୍ଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନ ପ୍ରଦାନ ବେଳେ ଭୂମିକାର ଉପଦେଷ୍ଟା ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଓ ଭୂମିକା ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.