oom

ରାତି ଅଧାରେ ଲୁଟିନେଲେ ସରକାରୀ ସମ୍ପତ୍ତି : ସାଧାରଣରେ ଅସନ୍ତୋଷ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଶ୍ମଶାନ ନିକଟସ୍ଥ ଋଷିକୁଲ୍ୟା ନଦୀ ଘାଟ ମଧ୍ୟରୁ ଜେସିବି ଲଗାଇ ଲକ୍ଷ୍ୟାଧିକ ପରିମାଣର ବାଲି ଋଷିକୂଲ୍ୟା ଗର୍ଭ ମଧ୍ୟରୁ ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତ୍ରରେ ଏହି ବାଲି ଉତ୍ତୋଳନ ହୋଇଥିବା ବେଳେ ସକାଳୁ ସ୍ନାନ କରିବାକୁ ନଦୀକୁ ଅଞ୍ଚଳବାସୀ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଦାମୋଦରପୁରବାସୀ ନିଜ ଗୃହ ନିର୍ମାଣ କରିବା ପାଇଁ ନଦୀରୁ ନିଜେ ପରିଶ୍ରମ କରି ନିର୍ମାଣାଧୀନ ଗୃହ ନିକଟରେ ବାଲି ରଖିଥିବା ବେଳେ ପ୍ରଶାସନ ପକ୍ଷରୁ ଘର ମାଲିକଙ୍କୁ ଜୋରିମାନା ଦେବାକୁ ପଡିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲକ୍ଷ୍ୟାଧିକ ଟଙ୍କାର ରାଜସ୍ୱ ବାଲି ଦଲାଲମାନେ ଲୁଟି ନେଇଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗରିବ ଶ୍ରେଣୀର ମହିଳା ଶ୍ରମଜୀବୀମାନେ ବାଲି ବୋହିବା ସହ ଦୁଇ ପଇସା ରୋଜଗାର କରୁଥିବା ବେଳେ ସେମାନେ ମଧ୍ୟ ରୋଜଗାର ହରାଇଥିଲେ । କିଛି ଦିନ ତଳେ ସ୍ଥାନୀୟ କାଇଁଚପୁର, କଲ୍ୟାଣପୁର ଓ ରାଉଳ ସାହିର ଶଗଡିଆମାନେ ଶଗଡରେ ବାଲି ବୋହିବା ସହ ଦୁଇ ପଇସା ରୋଜଗାର କରୁଥିବା ବେଳେ ଶଗଡ଼ ତିନୋଟିକୁ ତହସିଲ ପ୍ରଶାସନ ପକ୍ଷରୁ ତିନିଦିନ ଅଟକ ରଖାଯାଇଥିବା ବେଳେ ଗୋଟିଏ ଗୋଟିଏ ଶଗଡ଼କୁ ୩ ହଜାର ୫ ଶହ ଟଙ୍କା ଲେଖାଏଁ ଜୋରିମାନା ପଡିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗରିବ ଶଗଡିଆମାନେ ଜୀବୀକା ହରାଇ ଘରେ ବସିଥିବା ବେଳେ ପରିବାର ପ୍ରତିପୋଷଣ କରିବା ନେଇ ସମସ୍ୟା ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଥିବା ପରିଲକ୍ଷିତ ହୋଇଛି । ପ୍ରଶାସନ ପକ୍ଷରୁ ଗରିବଙ୍କୁ ଜୀବୀକା ଓ ଅଞ୍ଚଳବାସୀ ନିଜ ଅଞ୍ଚଳରୁ ବାଲି ଉଠାଣ ନେଇ ଅନୁମତି ପ୍ରଦାନ ପାଇଁ
ସ୍ଥାନୀୟ ଅଞ୍ଚଳରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.