csstore

ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅଧିନସ୍ଥ କୁତମୁଣ୍ଡା ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ କୁତମୁଣ୍ଡା ତଥା ବିଭିନ୍ନ ଗ୍ରାମର ୪୦ ଜଣ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର, ସମ୍ପାଦକ ଭେଲାରାମ କୁମ୍ଭାର ଏବଂ ସ୍ୱେଚ୍ଛାସେବୀ ଯୁବସଂଘ କୁତମୁଣ୍ଡାର ସମସ୍ତ ସଦସ୍ୟ ଶିବିରରେ ପରିଚାଳନା ଦାୟିତ୍ୱ ତୁଳାଇ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସରପଞ୍ଚ ବନମାଳୀ ମେହେର, ସମାଜସେବୀ ତେଜରାଜ ମେହେର, ପ୍ରଧାନ ଶିକ୍ଷକ କୁଳମଣି ମେହେର, ରେଡକ୍ରସ ପରାମର୍ଶଦାତା ଘନଶ୍ୟାମ ମେହେର, ଶରତ ନାଗ, ରେଡକ୍ରସ ପରାମର୍ଶଦାତା ରାମନାରାୟଣ ଦାସ, ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କ ଅଫିସର ବୁଲା ସାମଲ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.