ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଶୁକ୍ରବାର ଦିନ ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଜନ ପ୍ରତିନିଧିମାନେ ଯୋଗଦେଇ ପଞ୍ଚାୟତ ସ୍ତରରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଯୁବକ ସଂଘ ଓ ଗାଁ କଲ୍ୟାଣ ସମିତିର ସହଯୋଗରେ କିଭଳି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ, ଆଦ୍ର ଓ ସନ୍ତସନ୍ତିଆ ସ୍ଥାନକୁ ସଫାସୁତୁରା କରାଯାଇ ସପ୍ତାହକୁ ଗୋଟିଏ ଦିନ ଶୁଖିଲା ଓ ପରିଷ୍କାର ରଖିବା ସହିତ ଘର ଚାରି ପାଖରୁ ଅଳିଆ ଆବର୍ଜନା ସଫା ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡିଓ ଯୋଗେଶ୍ୱର ନାୟକ, ସିଡିପିଓ ରୁପାଲି ମିତ୍ର, ଅତିରିକ୍ତ ତହସିଲଦାର ସୋନା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ଅଧୀକ୍ଷକ ଡେଙ୍ଗୁ ରୋଗର କାରଣ, ନିରାକରଣ ଓ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରି ପରିବେଶ ପରିଷ୍କାର ପରିଚ୍ଛନ୍ନତା ଏବଂ ସନ୍ତସନ୍ତିଆ ସ୍ଥାନକୁ ଶୁଷ୍କ କରିବାର ବ୍ୟବସ୍ଥା ଗ୍ରହଣ କଲେ ମଶା ବଂଶ ଲୋପ ପାଇବ ଏବଂ ବିଶେଷ କରି ସକାଳ ଓ ସନ୍ଧ୍ୟାରେ ଡେଙ୍ଗୁ ମଶା କାମୁଡା ଦାଉରୁ ରକ୍ଷା ପାଇବା ପାଇଁ ସଚେତନ ହେଲେ ଡେଙ୍ଗୁ ରୋଗ ସହଜରେ ବ୍ୟାପିବ ନାହିଁ ବୋଲି କହିଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ସଂଗୀତା ଦାସ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven + 4 =