jayashree

ଅବସର ପ୍ରାପ୍ତ ସମବାୟ କର୍ମଚାରୀଙ୍କ ଅନଶନ ପଞ୍ଚମ ଦିନରେ

  • ନିଦାବିଷ୍ଣୁ ସାଜିଛି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଗତ ତା-୨୬/୦୫/୨୦୨୬ରୁ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଆଜି ପଞ୍ଚମ ଦିନରେ ପହଞ୍ଚି ସାରିଛି । ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ସେମାନଙ୍କର ଆର୍‌ଏସିପି, ଏମ୍‌ଏସିପି, ବର୍ଦ୍ଧିତ ପେନ୍‌ସନ୍‌ ପ୍ରଭୃତି ପ୍ରାପ୍ୟ ପାଇ ନଥିବା ବେଳେ ଅନେକ କର୍ମଚାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସେମାନେ ନିଜ ସପକ୍ଷରେ ଡିଗ୍ରୀ ହାସଲ କରିଛନ୍ତି । ଅନେକ ଥର ଏହି କର୍ମଚାରୀମାନେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆସି ଅନୁରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇ ପାରିନାହାନ୍ତି । ତେଣୁ ଅନେକ ଅନଶନ ଧର୍ମଘଟ କରିଥିଲେ ସୁଦ୍ଧା ବ୍ୟାଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ସେହି ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ । ଆଜିର ପଞ୍ଚମ ଦିନର ଧର୍ମଘଟରେ ସଙ୍ଘର ସଭାପତି ରାମକୃଷ୍ଣ ସାହୁ ଏବଂ ସମ୍ପାଦକ ନିଶାମଣି ସାହୁଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକର ଅବସର ପ୍ରାପ୍ତ କର୍ମଚାରୀମାନେ ଯଥା ସର୍ବଶ୍ରୀ ହରିଶଙ୍କର ସାହୁ, ରାମ ପ୍ରସାଦ ପଟେଲ, ସୋମନାଥ ସାହୁ, ସ୍ୱର୍ଗତ ସୀତାରାମ ସାହୁଙ୍କ ପୁଅ କ୍ଷୀରୋଦ୍ର କୁମାର ସାହୁ, ମକୁନ୍ଦ ପଟେଲ, ସଞ୍ଜୁ ସାହୁ, ସ୍ୱର୍ଗତ ଅଶୋକ ମିଶ୍ରଙ୍କ ଝିଅ ରିତିକା ମିଶ୍ର, ଯୋଗେଶ୍ୱର ମାଝୀ, ଭଗବାନ ପାଣିଗ୍ରାହୀ, ଶତ୍ରୁଘ୍ନ ଦାସ, ମୋତିଲାଲ ବଗର୍ତ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.