ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ

ପାରାଦ୍ଵୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ କରାଯାଇଛି । ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି ୱାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ । ପାରାଦ୍ଵୀପ, କୁଜଙ୍ଗ, ରାହାମା ଓ ଏରସମା ଅଞ୍ଚଳରେ କାର୍ୟ୍ୟ କରିବ ଏହି ୬ ଟି ଆମ୍ବୁଲାନ୍ସ । ୨୪ ଘଣ୍ଟା ଲୋକଙ୍କ ସେବାରେ ଏହା ନିୟୋଜିତ ହେବ। ଏଥିସହିତ ୨୪ ଘଣ୍ଟିଆ ଡାକ୍ତର ହେଲ୍ପଲାଇନ ସେବା ମଧ୍ୟ ଆରମ୍ଭ କରାଯାଇଛି । ଲୋକେ ୟୁନିୟନର ଦୁଇଟି ଟୋଲ ଫ୍ରୀ ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇପାରିବେ । ଲୋକଙ୍କ ପାଇଁ ଏହି ସଙ୍କଟ ଜଣକ ସ୍ଥିତିରେ ସମସ୍ତ ସହଯୋଗ କରାଯିବ ବୋଲି ୱାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ ଜଣାଇଛନ୍ତି ।

Leave A Reply

Your email address will not be published.

four + 11 =

error: Content is protected !!