ଦଳିତ ସହାୟକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଭାରତ ରତ୍ନ ଡଃ. ଭିମାରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଯୁବ-ଆଇନଜୀବୀ ସୁମା ଦାସ, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସଂସାର ସଂଗଠନର ସଂପାଦକ ରମେଶ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ଅବସରପ୍ରାପ୍ତ ଅତିରିକ୍ତ ଏସପି ଅଭିମନ୍ୟୁ ନାୟକ, ଆଇନଜୀବୀ ଆଦିତ୍ୟ ନାୟକ, ଅନାମ ଚରଣ ପ୍ରଧାନ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ମହିଳା ନେତ୍ରୀ ରୀନା ନାୟକ, ମମତା ନାୟକ, ଆରତୀ ଚର୍ତ୍ତି, କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍‌, ଭିକାରି ଚରଣ ଦାସ, ଆମ୍ବେଦକର ଚାରି ଟେବୁଲ ଟ୍ରଷ୍ଟର ଉପସଭାପତି ଏନ୍. ମଧୁସୁଦନ, ସିମାଞ୍ଚଳ ନାୟକ, ଦଳିତ ସହାୟକ ପ୍ରତିଷ୍ଠାନର ସଂପାଦକ ଜଗନ୍ନାଥ ଦାସ, ଶ୍ରୀହରି ନାୟକ, କୃଷ୍ଣଚନ୍ଦ୍ର ବେହେରା, ସଙ୍ଗୀତା ଦାସ, ଲକ୍ଷ୍ମୀପ୍ରିୟା ଭଞ୍ଜ, ମିନତୀ ପାତ୍ରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସମ୍ବିଧାନ ପ୍ରଣେତା ଡ଼ଃ.ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ଏବଂ ଅସହାୟମାନଙ୍କୁ କମ୍ବଳ, ବସ୍ତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

sixteen − five =

error: Content is protected !!