csstore

ଧାନ କିଣାକୁ ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିଙ୍କ ଆଲୋଚନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଆଜି ଜିଲ୍ଲାରେ ଧାନ କିଣା ଏବଂ ଧାନ କିଣାରେ ସ୍ୱଚ୍ଛତା ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ମଣ୍ଡିରେ ଧାନ କ୍ରୟ ପାଇଁ ଡିଏଲପିସି ବୈଠକରେ ନଭେମ୍ବର ମାସ ୩୦ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା, ହେଲେ ଜିଲ୍ଲା ପ୍ରଶାସନ ଏକତରଫା ଭାବେ ଡିସେମ୍ବର ୧୨ ତାରିଖ ଧାନ କିଣା ହେବ ବୋଲି ନିଷ୍ପତ୍ତି ନେଇଥିବାରୁ ଚାଷୀ ପ୍ରତିନିଧି ବିରୋଧ କରିଥିଲେ । ଚାଷୀଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାରେ ଚାଷୀ ଧାନ ପ୍ରାୟ ୫୦ରୁ ୭୦ ପ୍ରତିଶତରୁ ଅଧିକ ଧାନ ଅମଳ ହୋଇସାରିଥିବା ବେଳେ ମଣ୍ଡିରେ ଧାନ କ୍ରୟ ନେଇ ପ୍ରଶାସନ ମନଇଚ୍ଛା ଦିନ ନିର୍ଦ୍ଧାରଣ କରୁଥିବା ଅଭିଯୋଗ କରିବା ସହ ମଣ୍ଡି ଶୀଘ୍ର ଖୋଳି ଚାଷୀଙ୍କ ଠାରୁ ଧାନ ଶୀଘ୍ର କିଣାଯାଉ ବୋଲି ଚାଷୀଙ୍କ ଦାବୀକୁ ଜିଲ୍ଲାପାଳ ଆବୋଳି ସୁନିଳ ନରୱଣେ ଓ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଚାଷୀଙ୍କ ସହ ଆଲୋଚନା କରି ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

jayashree
Leave A Reply

Your email address will not be published.