pakka

ଅଖିଳ ଭାରତ ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

bbehera

ଝାରସୁଗୁଡା : ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ଆଞ୍ଚଳିକ କମିଟି ସଭାପତି ପ୍ରଜ୍ବଳ ପଟେଲଙ୍କ ସଭାପତିତ୍ୱରେ ତାଳମୁଣ୍ଡା ଠାରେ ଅକ୍ଷୟ ତୃତୀୟା ଉତ୍ସବ ତଥା ଅଘରିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ସମାଜର ସାଙ୍ଗଠନିକ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦିବସର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରି କୃଷି ଓ କୃଷକର ଉନ୍ନତି ପାଇଁ ଅଘରିଆ ସମାଜ ଆଗାମୀ ଦିନରେ ସଂଗ୍ରାମ କରିବ ବୋଲି ଘୋଷଣା କରିଥିଲେ । ଉତ୍ସବରେ ଅଘରିଆ ସମାଜର ଛତିଶଗଡ ରାଜ୍ୟ ସଭାପତି ଭୁବନେଶ୍ୱର ପଟେଲ, ଓଡିଶା ରାଜ୍ୟ ସଭାପତି ନରେଶ ନାୟକ ଉଭୟେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃଷି ଓ କୃଷକର ଉନ୍ନତି ପାଇଁ ଅଘରିଆ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପଟେଲ, ସୁବୋଧ ପଟେଲ, ପ୍ରହଲ୍ଲାଦ ନାୟକ, ନରେଶ ପଟେଲ, ବନମାଳୀ ନାୟକ, ଯଶୋବନ୍ତ ନାୟକ, ଜୟନ୍ତୀ ପଟେଲ, ମଞ୍ଜୁଶ୍ରୀ ପଟେଲ, ରଜନୀ ପଟେଲ, ଯୁଧିଷ୍ଠିର ପଟେଲ, କବିର ନାୟକ, ଶେଷଦେବ ପଟେଲ, ରମେଶ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଭ୍ୟର୍ଥନା କମିଟି ସଭାପତି ଅଜୟ ପଟେଲ ସ୍ୱାଗତ ଭାଷଣ, ଆଞ୍ଚଳିକ କମିଟି ଉପସଭାପତି ଅତିଥି ପରିଚୟ ଓ ଗୁଡ଼ି ସଭାପତି ଇନ୍ଦ୍ରମଣି ପଟେଲ ଉଦେଶ୍ୟ ଜ୍ଞାପନ କରିଥିଲେ । ସାଂସ୍କୃତିକ ଶିଳ୍ପୀ ଗଣ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସକାଳୁ ଏକ ବିରାଟ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପୂର୍ବାହ୍ନରେ ଉଭୟ ରାଜ୍ୟର କର୍ମକର୍ତ୍ତା ଗଣ ଧନ ମୁଠି ଅନୁକୂଳ କରିବ ସହିତ ଶ୍ରଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତାହା ବିଦୁର ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସୁବୋଧ ପଟେଲ ସଂଚାଳନ କରିଥିବା ବେଳେ ସମୟ ପଟେଲ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ସାଙ୍ଗଠନିକ ଆଲୋଚନା କରି ସମସ୍ତ ଖାଲି ଥିବା ପଦବୀ ଆଗାମୀ ପନ୍ଦର ଦିନରେ ମନୋନୟନ କରାଯିବ ବୋଲି ସାଙ୍ଗଠନିକ ସଂପାଦକ ସୁବାସ ନାୟକ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

1 × 1 =