pakka

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ “ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଇଛି । ଏହି ଅବସରରେ ଏକ ରୋଡ଼ ସୋ ଆୟୋଜିତ ହୋଇଥିଲା । ଏଥିରେ ଢେଙ୍କାନାଳ ମୁଖ୍ୟ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ କୃଷି ବିକାଶ ଶାଖା, କୋର୍ଟ ଏରିଆ ଶାଖା ତଥା ଏସବିଆଇ ଲାଇଫ୍, ଏସବିଆଇ ଜେନେରାଲ ଓ ଏସବିଆଇ କାର୍ଡ଼ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ଢେଙ୍କାନାଳ ମୁଖ୍ୟ ଶାଖାରୁ ଆରମ୍ଭ ହୋଇ ବାଜିରାଉତ ସ୍ମୃତିସ୍ତମ୍ଭ ଯାଏ ଯାଇଥିଲା । ସେଠାରେ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଶାଖାର ମୁଖ୍ୟ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ଓ ବଜାର ଶାଖାର ଶାଖା ପ୍ରବନ୍ଧକ ବିଶ୍ୱରଞ୍ଜନ ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ଶୋଭାଯାତ୍ରା ମୁଖ୍ୟ ଶାଖା ନିକଟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଶୋଭାଯାତ୍ରାରେ ସଚ୍ଚିଦାନନ୍ଦ ଓଝା, ସମ୍ବିତ କୁମାର ମହାନ୍ତି, ଡେଜିନା ମୁଖୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

one × four =