ବରକେରାରେ ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନଙ୍କ ଦ୍ୱାରା ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ ହୋଇଯାଇଛି । ଏଥିପାଇଁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ । ଉକ୍ତ ସଭାରେ ଯୋଗ ଦେଇଥିଲେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା ଓ ଛାତ୍ରଛାତ୍ରୀଗଣ ଜଙ୍ଗଲ କ୍ଷୟ ଯୋଗୁଁ ହାତୀ କିଭଳି ଗାଁ ମୁହାଁ ହେଉଛନ୍ତି ଓ ଖଳ ଲୋକମାନେ କିଭଳି ହାତୀ ଶିକାର କରୁଛନ୍ତି ତାହା ଉପରେ ବକ୍ତାମାନେ ଆଲୋକପାତ କରିବା ସହିତ ଅଧିକ ଜଙ୍ଗଲ ସୃଷ୍ଟି କରିବା ଓ ହାତୀ ଶିକାର କିଭଳି ବନ୍ଦ ହୋଇ ପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଜି ମଧ୍ୟ ଆନ୍ତର୍ଜାତୀୟ ଯୁବ ଦିବସ । ଏହି ଅବସରରେ ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଯୁବବର୍ଗଙ୍କୁ ଆହ୍ଵାନ ଦେଇଥିଲେ । ସର୍ବଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen + 1 =