pakka

ଆଖୁବାଡ଼ିରେ ଅଗ୍ନିକାଣ୍ଡ : ଫସଲ ନଷ୍ଟ, ସରକାରୀ ସହାୟତା ପ୍ରଦାନ ଦାବୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ବାବିଯୋର ଗାଁର ଚାଷୀ ସୁଦାମ ସାଙ୍କ ମାଲିପାଲି ଛକ ନିକଟରେ ଥିବା ପ୍ରାୟ ୩୫ ଡିସମିଲ ଆଖୁ ବଗିଚାରେ ନିଆଁ ଲାଗି ଯାଇଥିଲା । ରବିବାର ଦିନ ପ୍ରାୟ ଅଢେଇ ଟା ସମୟରେ ନିଆଁ ଲାଗିଥିବା ନେଇ ଖବର ପାଇ ଦେଓଗାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଞ୍ଚଳବାସୀ ନିଆକୁ ଲିଭାଇବାକୁ ଚେଷ୍ଟା କରୁଥିଲେ । ଏହା ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଆଖୁ ଚାଷୀ ସୁଦାମ ଅମଳ କରିଥିବା ଆଖୁ ଫସଲ ଅଗ୍ନିକାଣ୍ଡରେ ଧ୍ଵଂସ ହେବା ପରେ ଚିନ୍ତାରେ ପଡିଛନ୍ତି । ତାଙ୍କୁ ସରକାରୀ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ଅଗ୍ନିଶମ ବାହିନୀର କେନ୍ଦ୍ରାଧିକାରୀ ଆଲୋଇସ ବାର୍ଲା, ଅଗ୍ନିକ ବିମଳ ବାରିକ, ପଲଣ୍ଟ ପଧାନ, ପ୍ରେମାନନ୍ଦ ବେହେରା ସହ ଗାଡ଼ି ଚାଲକ ସୁଜିତ୍ ନାୟକ ଯାଇଥିଲେ ।

jay balangir
Leave A Reply

Your email address will not be published.

nine − 5 =