pakka

ବଲାଙ୍ଗିର ୱାରିଅର୍ସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଦିନରେ ଏହି ମାନବ ସମାଜରେ ସବୁଠୁ ମୂଲ୍ୟବାନ ହେଉଛି ରକ୍ତଦାନ । ରକ୍ତ ଦାନ ମହତ ଦାନ । ତେବେ ଏହି କଥାକୁ ବଲାଙ୍ଗିର ୱାରିଅର୍ସ ହୃଦୟଙ୍ଗମ କରି ସ୍ଥାନୀୟ ପିପି ଏକାଡେମୀ ଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିବା ବେଳେ ଏଥିରେ ହାତ ମିଳାଇଥିଲେ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌, ଏନ୍‌ସିସି, ବଲାଙ୍ଗିର ଛାତ୍ର କଂଗ୍ରେସ । ବଲାଙ୍ଗିର ୱାରିଅର୍ସର ଦେବାଶିଷ ପଣ୍ଡା, ଆଲମ୍‌ ଖାନ୍‌, ରାମକୁମାର ହୋତା, ଜି. ନିଖିଳ କୁମାର ତଥା ଆହୁରି ଅନ୍ୟ ସଦସ୍ୟମାନେ ରକ୍ତଦାନ କରିଥିବା ବେଳେ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ର ଯବାନ ମାନେ ଓ ଅନ୍ୟ ସ୍ୱେଚ୍ଛାସେବୀମାନେ ରକ୍ତାଦନ କରିଥିଲେ । ଏହି ଶିବିରରେ ମୋଟ ୭୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । ଏହି ମେଗା ରକ୍ତଦାନ ଶିବିରକୁ ଆଜି ପୂର୍ବାହ୍ନରେ ଉଦ୍‌ଘାଟନ କରିଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆରପିଏଫ୍‌ର କମାଣ୍ଡେଣ୍ଟ ପୱନ କୁମାର ତିୱାରୀ । ବଲାଙ୍ଗିର ୱାରିଅର୍ସର ସଭାପତି ପିୟୁଷ ଖେମ୍‌କା, ବୈଭବ ଖମାରୀ ଶର୍ମା, ଆର୍‌ଚି ଅଗ୍ରୱାଲ, ସୋନାଲି ବେହେରା, ଆକାଂକ୍ଷା ଖୁଆସ, ହାର୍ଦ୍ଦିକ ଅଗ୍ରୱାଲ, ଅତୁଲ ପ୍ରଧାନ ତଥା ଆହୁରି ଅନେକ ସଦସ୍ୟ ରକ୍ତଦାନ ଶିବିର ଆୟୋଜନରେ ସାମିଲ୍‌ ଥିଲେ ।

jay balangir
Leave A Reply

Your email address will not be published.

three × 5 =