ନିନ୍ଦାକୁ ଖାତିର ନ କରି ଅଗ୍ରସର ହୁଅ : ଆଦିତ୍ୟ ବୋଷ

  • ଇମ୍ପରିୟଲ କଲେଜରେ ପ୍ରବେଶ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜୀବନରେ ନିନ୍ଦାକୁ ଖାତିର ନ କରି ସକରାତ୍ମକ ମନୋଭାବ ସହ ଆଗେଇଲେ ସଫଳତା ମିଳିବ ବୋଲି ପ୍ରୋବନୋ ସଂସ୍ଥାପକ ତଥା କୋନ ବନେଗା କରୋଡ ପତିର ବିଜେତା ଆଦିତ୍ୟ ବୋଷ ଉପଦେଶ ଦେଇଛନ୍ତି । ଇମ୍ପରିୟଲ କଲେଜର ଚାଣକ୍ୟ ହଲଠାରେ ଅନୁଷ୍ଠିତ ସାତଦିନିଆ ପ୍ରବେଶ ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ଭରଚ୍ୟୁଲ ମୋଡରେ ଯୋଗଦେଇ ଶ୍ରୀ ବୋଷ ନୂତନ ଭାବରେ ଏଡମିଶନ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ପୂର୍ବରୁ ବିଭିନ୍ନ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ପରିଚିତ କରାଯିବା ସହ ନୂତନ ପାଠ୍ୟକ୍ରମ ବିଷୟରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଗେଶ ଶତପଥୀ ଓ ହରିପ୍ରିୟା ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ଚଳିତ ବର୍ଷ କଲେଜର ସର୍ବାଧିକ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ସେମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଏହି ମହାବିଦ୍ୟାଳୟର ଏମ୍‌ଏସିରେ ସୁବଲ ମେହେର ଓ ଚନ୍ଦନ ମେହେର, ବିବିଏରେ ଶଶୀ ଅଗ୍ରୱାଲ, ଈଶା ଧାନୁକା ଓ ଦିବ୍ୟା ମୋଦି ଏବଂ ବିସିଏରେ ଏଞ୍ଜେଲ ବେହେରା, ଅଙ୍କିତ ନାଗ ଏବଂ ସୁମିତ କୁମାର ସାହୁ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ସରୋଜ ପଟେଲ, ଦେବାର୍ଚ୍ଚନ ସାମନ୍ତରାୟ, ଏଞ୍ଜେଲ ବେହେରା, ଅଙ୍କିତ ନାଗ, ସୁମିତ କୁମାର ସାହୁ, ପବନ ସାହୁ, ଆଶୀଷ କୁମାର ସାହୁ, ନିହାର ରଞ୍ଜନ ଚୌହାନ, ମିର୍ଜା ସହିଦ, ସମ୍ବିତ କୁମାର ମାହାଣା, ସୌମ୍ୟରଞ୍ଜନ ବେହେରା ପ୍ରମୁଖ ୱେପ୍ରୋରେ ଚାକିରି ପାଇଛନ୍ତି । ସୋମବାରଠାରୁ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଅଫଲାଇନ ମୋଡରେ ଆରମ୍ଭ ହୋଇଛି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଥିଲେ ।

Leave A Reply

Your email address will not be published.