କ୍ରାନ୍ତିବୀର ବିର୍ସାମୁଣ୍ଡାଙ୍କ ୧୪୬ ତମ ଜୟନ୍ତୀ : ଖଗସିକନାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଦିବାସୀ ମେଳି କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ବ୍ଲକ ଘୁଡ଼ଖାପଲା ପଞ୍ଚାୟତ ଖଗସିକନା ଗାଁର ଧରୁଆପଡ଼ା ନିକଟରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କ୍ରାନ୍ତିବୀର ଭଗବାନ ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ଆଦିବାସୀ କଲ୍ୟାଣ ସଂଘର ସଭାପତି ସୁଦାମ ଚରଣ ଭୋଇ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଆଦିବାସୀ ନେତା ତଥା ଦେଓଗାଁ ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି ସୁଦାମ ବିଶି ମଞ୍ଚ ପରିଚାଳନା କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଂପାଦକ ଅକ୍ଷୟ ଭୋଇ, ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅବକାରୀ ଏସପି ପୁରୁଷୋତ୍ତମ ଧରୁଆ, ବଲାଙ୍ଗିର ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ଭୋଇ, ବଲାଙ୍ଗିର ଜିଳ୍ଲା ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ସନ୍ତୋଷ ପୁଟା, ସୋରଥୀ ବାଗ, ବନମାଳୀ ପୁଟା, ଗିରୀଧାରୀ ଭୋଇ, ନିତ୍ୟାନନ୍ଦ ମାଝୀ, ମାହେଶ୍ୱରୀ ମାଝୀ, ରବି ଝାଙ୍କର, ରୁପାଧର ପୁଟା, ପୁରନ୍ଦର ଭୋଇ, ବିଜୟ କାଳସାଏ, ଦିବାକର ପୁଟା, ହେମନ୍ତ ମାଝୀ, ରାଧାକାନ୍ତ ଭୋଇ, ହୀରାଧର ମାଝୀ, ସୋମନାଥ ଦେହେରୀଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.