pakka

ନିଖୋଜ ଯୁବକଙ୍କ ମୃତ ଦେହ କୂଅରୁ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଟାମୁଣ୍ଡା ଗାଁର ଲୋଚନ ବରିହାଙ୍କ ପୁଅ ଉଜ୍ୱଳ ବରିହା ଗାଁର ତିନିଜଣ ସାଙ୍ଗଙ୍କ ସହିତ ୬ ତାରିଖ ସନ୍ଧ୍ୟାରେ ଖୁଣ୍ଟସମଲେଇ ଗାଁକୁ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ସକାଳେ ଖୋଜା ଖୋଜି କରିଥିଲେ । ପରେ ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ସେହି ଗାଁର ଗୋପିନାଥ ସାହୁ ତାଙ୍କ ଘର ବାରିପଟେ କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଦେଖିଲେ ଯେ କୂଅରେ ଉଜ୍ୱଳଙ୍କ ମୃତ ଦେହ ଭାସୁଛି । ଏନେଇ ଥାନାକୁ ଖବର ଦେଇଥିଲେ । ପରେ ଲରମ୍ଭା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିବା ବେଳେ ପାଖରେ ଥିବା ଘସିଏନ ମନ୍ଦିର ନିକଟରେ ମୃତ ଉଜ୍ୱଳଙ୍କ ମୋଟର ସାଇକେଲ ଓ ଚପଲ ପଡ଼ିଥିବା ପୋଲିସ ଉଦ୍ଧାର କରିଛି । ଅନ୍ୟ ପଟେ ଉଜ୍ୱଳଙ୍କ ବାପା ମୋ ପୁଅଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଅଧିକ ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତଦନ୍ତ ପରେ ଜଣାପଡ଼ିବ ଏହା ହତ୍ୟା ନା ଆତ୍ମହତ୍ୟା ।

Leave A Reply

Your email address will not be published.

9 − four =