pakka

ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

bbehera
  • ଚେନ୍ନାଇରୁ ତାଙ୍କ ମରଶରୀର ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ
  • ରବିବାର ବିଧାନସଭାରେ କିଛି ସମୟ ଓ ପରେ ଖଲ୍ଲିକୋଟ ରାଜ-ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାହିତ ହେବା ସୂଚନା ମିଳିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ନଗରୀର ମର୍ଦ୍ଦରାଜ ବଂଶର ଶେଷ ପିଢ଼ି ରାଜା ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସହଧର୍ମିଣୀ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଯାଇଛି । ଯାହା ଫଳରେ ଖଲ୍ଲିକୋଟ ରାଜବଂଶର ପତ୍ତନ ହେଇଗଲା ବୋଲି ସାଧାରଣରେ ବର୍ଣ୍ଣନା କରାଯାଇଛି । ଏହା ସାରା ଓଡ଼ିଶାରେ ଯେତିକି ଚକିତ କରିଦେଇଛି, ସେତିକି ଦୁଃଖଦାୟକ ହୋଇଛି । ରାଣୀମାଆଙ୍କୁ ଶୁକ୍ରବାର ରାତ୍ରି ୯ଘଣ୍ଟା ୪୦ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚି ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଦେଖାକରିଥିଲେ ଏବଂ ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତାଙ୍କ ସହ ଚିକିଟିରାଣୀ ଉଷା ଦେବୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଫଇଭ୍-ଟି ଅଧ୍ୟକ୍ଷ ଭି.କେ. ପଣ୍ଡିଆନ୍, ପ୍ରାୟତଃ ୫୦ରୁ ଅଧିକ ଖଲ୍ଲିକୋଟ ଅଞ୍ଚଳର ବାସିନ୍ଦା ଗୋଷ୍ଠୀ ତାଙ୍କର ଜୀବିତ ଅବସ୍ଥାରେ ଦେଖିବାର ସୁଯୋଗ ଲାଭ କରିଥିଲେ । ହେଲେ ମଧ୍ୟରାତ୍ରି ୧୨ଘଣ୍ଟା ୪୪ ମିନଟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ୮୭ ବର୍ଷ ବୟସରେ ଚେନ୍ନାଇର ଆପୋଲୋ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ପରେ ସମଗ୍ର ଦକ୍ଷିଣ ଓଡିଶାରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ ଭାବେ ଜଣେ ଦକ୍ଷ ରାଜ୍ୟ ରାଜନୈତିକ ବ୍ୟକ୍ତିତ୍ଵ ଭାବେ ବେଶ୍ ଜଣାଶୁଣା ଅଟନ୍ତି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କାରଣରୁ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମଧ୍ୟ ସେ ଓଡ଼ିଶାର ରାଜନୈତିକ ଚିନ୍ତଧାରା ଆକଳନ କରି ଆସିଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ, ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଥିଲେ । ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିବା କାରଣରୁ ସେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ଚୟନ ଓ ମନୋନୟନ କରି ରାଜନୈତିକ ସ୍ଥିତି ପ୍ରାଧାନ୍ୟତା ବଜାୟ ରଖି ଆସିଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟ ବିଧାନସଭାକୁ ୧୦ ଥର ନିର୍ବାଚିତ ହୋଇଛନ୍ତି । ୧୯୬୧ ମସିହାରେ ଖଲ୍ଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲ୍ଲୀକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲ୍ଲିକୋଟରୁ ୮ଥର ଓ କବିସୂର୍ଯ୍ୟନଗରରୁ ୨ଥର ନିର୍ବାଚିତ ହୋଇଛନ୍ତି । ଓଡ଼ିଶାର ଜଣେ ବଳିଷ୍ଠ ନେତୃତ୍ବ ତଥା ମହାନ୍ ଦକ୍ଷତା ସମ୍ପନ୍ନ ରାଜନୈତିକ ବ୍ୟକ୍ତିତ୍ଵ ହରାଇଛି ବୋଲି ଜନମାନସରେ ଗଣନା କରାଯାଇଛି ।

jay balangir
Leave A Reply

Your email address will not be published.

5 + eighteen =

error: Content is protected !!