csstore

ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ସଦ୍‌ଭାବନା ସାଇକେଲ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଦୁଇ ଦିନିଆ ସଦ୍‌ଭାବନା ସାଇକେଲ ରାଲି ଆରମ୍ଭ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତଥା ଶିଶୁ ବିକାଶ କେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିଶୁ ସୁରକ୍ଷା, ନାରୀ ନିର୍ଯାତନା, ନିଶା ନିବାରଣ ସଂପର୍କରେ ସଚେତନତା ବାର୍ତ୍ତା ନେଇ ସଦ୍‌ଭାବନା ରାଲି ବଲାଙ୍ଗିର ସହରରେ ଆରମ୍ଭ ହୋଇଯାଇଛି । ଏହି ରାଲି ଆଖପାଖର ୨୨ ଖଣ୍ଡ ଗାଁ ଦୀର୍ଘ ୧୦୦ କିଲୋମିଟର ଯାତ୍ରା କରିବ ବୋଲି ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନମୋହନ ରଥ କହିଛନ୍ତି । ସଭାପତି ଶ୍ରୀ ରଥ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମଧୁ ସାହୁ, ଜୟରାମ ମିଶ୍ର, ଗୋପାଳ ହୋତା, ଅରୁଣ ଖୁଆସ, ଚୂଡେ଼ନ୍ଦ୍ର କୁମାର ବେହେରା, କପିଳ ପତି, କେଶବ ଚନ୍ଦ୍ର ମିଶ୍ର, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ରତ୍ନମୟ ତ୍ରିପାଠୀ, ଡ.ପ୍ରେମଚାନ୍ଦ ମହାନ୍ତିଙ୍କ ସହ ୩୦ ଜଣ ବୁଦ୍ଧିଜୀବୀ ଏହି ସଦ୍‌ଭାବନା ସାଇକେଲ୍‌ ରାଲିରେ ସାମିଲ୍‌ ରହିଥିବା ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.