pakka

ଆସନ୍ତା ୧୮ରୁ କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ୟ୍ୟନ୍ତ ୪ ଦିନ ଧରି ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ୍‌ରେ କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି ଓଡ଼ିଶା କ୍ରିକେଟ୍‌ ଆସୋସିଏନ୍‌ ଏବଂ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସଂପର୍କରେ ଆଜି ଗାନ୍ଧୀ ଷ୍ଟାଡ଼ିଅମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦ ସଭାପତି ଶ୍ରୀକର ମିଶ୍ର ଏବଂ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ୪ ଦିନ ଧରି ହେବାକୁ ଥିବା କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ପଂଜାବ ଓ ଓଡ଼ିଶା ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉଭୟ ଦଳ ଆସନ୍ତା ୧୫ ଦିନ ବଲାଙ୍ଗିରରେ ପହଂଚିବେ ଏବଂ ଖେଳାଳୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ହୋଇସାରିଛି । କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି ପାଇଁ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ ହୋଇଥିବା ସୂଚନା ଦିଆଯାଇଛି । ସଭାପତି ତଥା ସାଧାରଣ ସଂପାଦକଙ୍କ ସହ ଜିଲ୍ଲା କ୍ରୀଡ଼ା ସଂସଦର ଅନ୍ୟ ସଦସ୍ୟମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 − nine =

error: Content is protected !!