jayashree

ଗଞ୍ଜାମରେ ବାଲି ସଙ୍କଟ : ଚଢ଼ା ଦରରେ ବାଲି ବିକ୍ରି ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ବାଲି ସମସ୍ୟା ଉତ୍କଟ ହେଲାଣି, ଚଢ଼ା ଦରରେ ଯାହା ଆକାଶ ଛୁଆଁ ଦରରେ ବାଲି ବିକ୍ରି ହେଉଛି । ନଦୀ କୂଳରେ ଓ ନଦୀ ପଠାରେ ବ୍ୟାପକ ବାଲି ଉଠାଉଥିବା ମାଫିଆମାନେ ଚୋରା କାରବାର କରୁଥିବା ସାଧାରଣରେ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରସାଶନ କର୍ଣ୍ଣପାତ କରୁନାହାନ୍ତି । ଏନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଘର ନିର୍ମାଣ ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଲୋକଙ୍କୁ ଅଧିକ ଦରରେ ବାଲି କିଣିବାକୁ ପଡ଼ୁଛି । ଏହା ସହିତ ବାଲି ପରିବହନ ସହ ଜଡ଼ିତ ଡ୍ରାଇଭରମାନଙ୍କ ରୋଜଗାର ସମସ୍ୟା ମଧ୍ୟ ବଢ଼ିଥିବା କୁହାଯାଇଛି । ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି (ଆପ୍)ର ଗଞ୍ଜାମ ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ’ ବାଲି ଘାଟ ବନ୍ଦ ରହିଥିବା ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ପରିମାଣର ବାଲି ମହଜୁଦ ରହିଥିବା ଦେଖିବାକୁ ମିଳୁଛି । ତାଙ୍କ ଅଭିଯୋଗ ଅନୁସାରେ, ରାତି ସମୟରେ ବାଲି ଆଣି ବିଭିନ୍ନ ସ୍ଥାନରେ ଡିପୋ କରାଯାଉଥିବା ଏବଂ ପରେ ଅନୁମତି ନାମରେ ବାଲି ପରିବହନ କରାଯାଉଥିବା ଅଭିଯୋଗ ରହିଛି । କିଛିଦିନ ଧରି ବାଲି ଓ ମାଟି ସମସ୍ୟାକୁ ନେଇ ଆନ୍ଦୋଳନ କରିବା ସହ ବିଭିନ୍ନ ଅଭିଯୋଗ ସର୍ବସାଧାରଣଙ୍କ ସାମ୍ନାକୁ ଆଣାଯାଇଛି । ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ଏହାର ଦୃଢ଼ ଅଭିଯୋଗ କରିଛନ୍ତି । ଧୋବାଡ଼ି ପାଟପୁର ନିକଟରେ ବାଲି ମହଜୁଦ ନେଇ ପ୍ରଶ୍ନ ଉଠୁଛି । ନୀଳକଣ୍ଠ ରେଡ୍ଡୀଙ୍କ ଅଭିଯୋଗ ଅନୁସାରେ, ଧୋବାଡ଼ି ପାଟପୁର ନିକଟରେ ଏକ ବଡ଼ ସ୍ଥାନରେ ପ୍ରାୟ ୨ ହଜାର ଟ୍ରିପ୍ ବାଲି ମହଜୁଦ ଥିବା ସୂଚନା ମିଳିଛି । ଯଦି ସମ୍ପୃକ୍ତ ବାଲି ଘାଟ ବନ୍ଦ ରହିଛି, ତେବେ ଏତେ ପରିମାଣର ବାଲି ସେଠାକୁ କିପରି ଆସିଲା ଏବଂ ଏହାର ଉତ୍ସ କଣ—ସେ ନେଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ବାଲି ମହଜୁଦ ଥିବା ସ୍ଥାନକୁ ଖଣି ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ତଦାରଖ କରି ସମ୍ପୃକ୍ତ ବାଲିର ଉତ୍ସ, ପରିବହନ ଅନୁମତି, ରୟାଲଟି ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରନ୍ତୁ ବୋଲି ଦାବି ହୋଇଛି । ଡ୍ରାଇଭରଙ୍କୁ ନୁହେଁ, ମୂଳ ଉତ୍ସକୁ ଯାଞ୍ଚ କରାଯାଉ ବାଲି ପରିବହନ କରୁଥିବା ଗାଡ଼ି ରାସ୍ତାରେ ଧରି ଜୋରିମାନା କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ଆପ୍ ନେତା କହିଛନ୍ତି । ଏପରିକି ନିଜ ପରିବାରର ପେଟ ପୋଷିବା ପାଇଁ ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କୁ ହଇରାଣ କରିବା ପରିବର୍ତ୍ତେ ବାଲି କେଉଁ ଘାଟରୁ ଆସୁଛି, କିଏ ମହଜୁଦ କରୁଛି ଏବଂ କିଏ ଏହାର ବ୍ୟବସାୟ କରୁଛି—ସେ ସବୁର ମୂଳ ତଦନ୍ତ କରାଯିବା ଆବଶ୍ୟକ ବୋଲି ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ଏହାର ଦୃଢ଼ ଦାବୀ କରି କହିଛନ୍ତି । ଏପରିକି ତଦନ୍ତ ଓ ଚଢ଼ାଉ ସମୟରେ କାଗଜପତ୍ରକୁ ପରେ ବ୍ୟବସ୍ଥିତ କରି ଦିଆଯାଉଥିବା ନେଇ ମଧ୍ୟ ସନ୍ଦେହ ନଜିର ରହିଛି । ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏହାର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜାଗି ଉଠିବ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି । ସରକାରୀ ରାଜସ୍ୱ କ୍ଷତି ନେଇ ଚିନ୍ତା ବାଲିର ଅନିୟମିତ ଉତ୍ତୋଳନ ଓ ପରିବହନ ହେଉଥିଲେ ସରକାରଙ୍କ ରାଜସ୍ୱ କ୍ଷତି ହେବା ସହିତ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ତେଣୁ ବାଲି ଉତ୍ତୋଳନ ଠାରୁ ଆରମ୍ଭ କରି ଡିପୋ, ପରିବହନ ଓ ବିକ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି । ଦିଗାପଡା ଘାଟରୁ ବେଆଇନ ଭାବରେ ଆଣି, ଧୋବାଡ଼ି ପାଟପୁର ନିକଟରେ ଗଦା କରାଯାଇଥିବା ବୋଲି ଅଭିଯୋଗ ହୋଇଥିବା ବାଲି ମହଜୁଦ ସ୍ଥଳକୁ ତୁରନ୍ତ ତଦାରଖ କରି, ଯଦି ଏହା ବେଆଇନ ଭାବେ ମହଜୁଦ ହୋଇଥାଏ, ତେବେ ଆଇନ ଅନୁଯାୟୀ ଜବତ କରି ସ୍ୱଚ୍ଛ ଓ ସର୍ବସାଧାରଣଙ୍କ ଜାଣତରେ ପ୍ରକ୍ରିୟା କରାଯାଉ ବୋଲି ସେ ଦାବି କରିଛନ୍ତି । ସ୍ଥାୟୀ ସମାଧାନ ନହେଲେ NGT ଓ ହାଇକୋର୍ଟ ଯିବାକୁ ଚେତାବନୀ ଦିଆଯାଇଛି । ବାଲି ଓ ମାଟି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଦଳୀୟ ପରାମର୍ଶକ୍ରମେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (NGT)ରେ ମାମଲା ଦାଏର କରାଯିବା ସହ ଆବଶ୍ୟକ ପଡ଼ିଲେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ AAP ପକ୍ଷରୁ ଚେତାବନୀ ଦିଆଯାଇଛି । ବାଲି ସମସ୍ୟାରେ ସାଧାରଣ ଲୋକ, ନିର୍ମାଣ ଶ୍ରମିକ, ଗାଡ଼ି ମାଲିକ ଓ ଡ୍ରାଇଭରମାନେ ଯେପରି ହଇରାଣ ନହୁଅନ୍ତି, ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବାଲି ଯୋଗାଣରେ ସ୍ୱଚ୍ଛତା ଆଣିବାକୁ ଦାବି କରାଯାଇଛି ।

Leave A Reply

Your email address will not be published.