pakka

କଣ୍ଟାମାଳରେ ଶିକ୍ଷକ ବଦଳି ନାଁରେ ଲକ୍ଷାଧିକ ଟଙ୍କାର କାରବାର : ସରକାରୀ ନିର୍ଦ୍ଦେଶ ଉଲଙ୍ଘନ ଅଭିଯୋଗ

bbehera

କଣ୍ଟାମାଳ, (ବଂଶୀଧର ମାଝୀ) : ବିଦ୍ୟାଳୟଗୁଡିକରେ ଶିକ୍ଷକ ସମାନତା ସହିତ ବିଜ୍ଞାନ ଶିକ୍ଷକ ପଦବୀପୂରଣ ସହ ଅନ୍ୟୁନ ୨ ଜଣ ଶିକ୍ଷକ ପ୍ରତ୍ୟେକ ବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାରୀ ବ୍ୟବସ୍ଥା ରହିଥିବା ବେଳେ ବୌଦ୍ଧ ଶିକ୍ଷା ଜିଲ୍ଲା କଣ୍ଟାମାଳ ବ୍ଳକରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ମନମାନୀ ଯୋଗୁଁ ନିଜକୁ ସୁହାଇଲା ଭଳି ଏବଂ ମୋଟା ଅଙ୍କର ଅର୍ଥ ପ୍ରଦାନ କରିଥିବା ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବଦଳୀ ତାଲିକା ପ୍ରସ୍ତୁତ କରି ଜିଲ୍ଲା କମିଟିରେ ମଞ୍ଜୁର କରି କାର୍ଯ୍ୟକାରୀ କରିଥିବାକୁ ନେଇ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏକକ ଶିକ୍ଷକ ବିଦ୍ୟାଳୟ ସହିତ ବିଜ୍ଞାନ ଶିକ୍ଷକ ଶୂନ୍ୟ ବିଦ୍ୟାଳୟଗୁଡିକରେ ଗ୍ରାମବାସୀ ତାଲା ଝୁଲାଇ ପ୍ରତିବାଦ ଜଣାଇଥିବା ପ୍ରକାଶ । ଗତ ୨୯ ତାରିଖରେ ଜିଲ୍ଲା ବଦଳି କମିଟିର ମଞ୍ଜୁର ପ୍ରକାରେ କଣ୍ଟାମାଳ ବ୍ଲକର ମୋଟ ୯୨ ଜଣ ଶିକ୍ଷକଙ୍କ ଏକ ତାଲିକା ବୌଦ୍ଧ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୯୨୩ ତାରିଖ ୩୦/୧୧/୨୦୨୧ ପ୍ରକାରେ ଶିକ୍ଷକମାନଙ୍କୁ ବଦଳି କରାଯାଇଥିବା ବେଳେ ଏଭଳି ମନଇଚ୍ଛା ଏବଂ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସନ୍ତୁଷ୍ଟିକରଣ ପାଇଁ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଲକ୍ଷାଧିକ ଟଙ୍କାର କାରବାର ଘଟଣା ବର୍ତ୍ତମାନ ହାଟରେ ପଡି ଦାଣ୍ଡରେ ଗଡୁଥିବା କୁହାଯାଉଛି । ସୂଚନା ପ୍ରକାରେ କଣ୍ଟାମାଳ ବ୍ଲକର ପଥର୍ଲ୍ଲା, କାନିସେମେଲ ଭଳି ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିବା ହେତୁ ଏହା ଏକକ ଶିକ୍ଷକ ଭାବେ ରହିଥିବା ବେଳେ ଫଗୁନାମାଲ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ସେଠାର ବିଜ୍ଞାନ ଶିକ୍ଷକଙ୍କୁ ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିବା ସଭିଙ୍କୁ ଅଶ୍ଚର୍ଯ୍ୟ କରିଛି । ସେହିପରି ସିମିଳିପଦର ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ଏବଂ ଶହେରୁ ଅଧିକ ପିଲା ପଢୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଅନେକ ବିଦ୍ୟାଳୟରେ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ରହିଥିଲେ ହେଁ ସେଠାକୁ ଅନାବଶ୍ୟକ ଭାବେ କେବଳ ସନ୍ତୁଷ୍ଟିକରଣ ଏବଂ କିକ୍‌ ବ୍ୟାକ ପାଇଁ ଶିକ୍ଷକଙ୍କୁ ଅବସ୍ଥାପିତ କରାଯାଇ ଥିବା ଦେଖିବାକୁ ମିଳିଛି । କିଛି ଶିକ୍ଷକଙ୍କୁ ରାଜନୈତିକ ଆକ୍ରୋଶ ରଖି ନିଜ ଘରୁ ୩୦/୪୦ କିଲୋମିଟର ଦୂର ପର୍ଯ୍ୟନ୍ତ ସୁଦ୍ଧା ବଦଳି କରି ଦିଆଯାଇଥିବା ବେଳେ ନିର୍ବାଚନ ଆୟୋଗଙ୍କ ତାଗିଦ ସତ୍ତେ୍ୱ ବି.ଏଲ.ଓ ଦାୟିତ୍ୱରେ ରହିଥିବା ଶିକ୍ଷକଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ପ୍ରକାଶ । ଦପଲା କ୍ଲଷ୍ଟରରେ କିଛି କଣ୍ଟ୍ରାକଚୁଆଲ ଶିକ୍ଷକଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ଅନ୍ୟତ୍ର ବଦଳି କରି ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଦୃଷ୍ଟିଗତ ସମସ୍ୟାର ଶିକାର ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ମଧ୍ୟ ବଦଳି କରାଯାଇଥିବା ହେତୁ ଦପଲା ଗ୍ରାମ୍ୟ ଶିକ୍ଷା କମିଟି ତରଫରୁ ତୀବ୍ର ନିନ୍ଦା କରାଯାଇଛି । ସେହିପରି ପ୍ରସ୍ତୁତ ବଦଳି ତାଲିକାରେ ଦୁଇ ଜଣ ଶିକ୍ଷକଙ୍କ ପୋଷ୍ଟି ସ୍ଥାନକୁ ସଂପୂର୍ଣ୍ଣ ଗୁପ୍ତ ରଖାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ୱାକ୍ଷର ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏହାକୁ ନିଜ ମର୍ଜ୍ଜୀରେ ପୂରଣ କରିଥିବା ହେତୁ ଜିଲ୍ଲା ଶିକ୍ଷା କମିଟିର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣତଃ ଶିକ୍ଷକମାନଙ୍କ ବଦଳି ତାଲିକା ପ୍ରସ୍ତୁତ କରିବା ପୂର୍ବରୁ ସଂପୃକ୍ତ କ୍ଲଷ୍ଟରରେ କାର୍ଯ୍ୟ କରୁଥିବା ସିଆରସିସିମାନଙ୍କ ସହିତ ଆଲୋଚନା କରିବା ସହ ସେହି ବିଦ୍ୟାଳୟ ଶିକ୍ଷକଙ୍କ ସଂଖ୍ୟା, ସ୍ଥିତିକୁ ନେଇ ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ଚଳିତ ବର୍ଷ କାର୍ଯ୍ୟରତ ଜୈନିକ ଏବିଇଓ ଗତ ସାତ ଦିନ ହେଲା ନିଜ ବୌଦ୍ଧ ବାସଭବନରେ ନିଜ କାର୍ଯ୍ୟାଳୟ ଖୋଲି ଏଭଳି ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରଳତାର ସୁଯୋଗ ନେଇ ବେଶ ମାଲେମାଲ ହୋଇଥିବା ଚର୍ଚ୍ଚା ହେଉଛି । ଶିକ୍ଷକମାନଙ୍କ ବଦଳିରେ ହୋଇଥିବା ଚଞ୍ଚକତାକୁ ନେଇ କିଛି ଶିକ୍ଷକ କୋର୍ଟର ଦ୍ୱାରସ୍ଥ ହେବାକୁ ଯାଉଥିବା ବେଳେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏଭଳି କାରନାମାକୁ ନେଇ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏଭଳି ଚଞ୍ଚକତାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।

jay balangir
Leave A Reply

Your email address will not be published.

10 + five =