pakka

ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉନଥିବା ଅଭିଯୋଗ : ବିଡ଼ିଓଙ୍କୁ ଗୁହାରୀ କଲେ ଶ୍ରମିକମାନେ

ତୁରେକେଲା, (କୈଳାଶ ସଗ୍ରିଆ) : ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉ ନଥିବା ଅଭିଯୋଗ କରିଛନ୍ତି ବିଡ଼ିଓଙ୍କ ପାଖରେ ମନରେଗା କାମ କରି ପାଉଣା ପାଇନଥିବା ଶ୍ରମିକମାନେ । ଅଭିଯୋଗା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ ଢୋଲମାନ୍ଦର ଗ୍ରା.ପ. ଅନ୍ତର୍ଗତ ବାହାବଲ ଗ୍ରାମର ପ୍ରାୟ ୧୦୦ ଜଣ ଜବ୍‌କାର୍ଡଧାରୀ ଅଣକୁଶଳୀ ଶ୍ରମିକମାନେ ବାହାବଲର ଡୁଙ୍ଗୁରି ଟ୍ୟାଙ୍କ କାମ କରିଥିଲେ । କିନ୍ତୁ ସେମାନଙ୍କୁ ୬ ମାସ ହେଲା ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ପାଉଣା ପାଇଁ ଜିଆର୍‌ଏସ୍‌ ମହେନ୍ଦ୍ର ଧରୁଆଙ୍କୁ କହିଲେ, ସରପଞ୍ଚ ବିଶ୍ୱମିତ୍‌ ଛତ୍ରିଆ ଫାଇଲ୍‌ ନେଇ ଯାଇଥିବା ଜିଆର୍‌ଏସ୍‌ କହୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ହୀନ ଚକ୍ରାନ୍ତରେ ସେମାନେ ପାଉଣା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଥିବା ବେଳେ ତାଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବାକୁ ତୁରେକେଲା ବିଡ଼ିଓ ଦେବାଶିଷ ସାମଲ୍‌ଙ୍କ ପାଖରେ ଦାବୀ କରିଛନ୍ତି ।

Leave A Reply

Your email address will not be published.

6 + fifteen =