ଆଠଗଡ଼ : କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚାନା ଅନୁସାରେ ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଏକ ଲକ୍ଷ ଦୁଇ ହଜାର ଟଙ୍କା ଉଠାଇ ବାଇକ ଡିକିରେ ରଖି ସାମ୍ନା ଦୋକାନକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଜଣେ ବାଇକ ଷ୍ଟାର୍ଟରେ ଥିବା ବେଳେ ଆଉ ଜଣେ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଦୁଇ ହଜାର ଟଙ୍କା ଲୁଟି ନେଇ କଟକ ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁଖୀ ଛକ ଆଡ଼କୁ ଦୃତ ଗତିରେ ପଳାଇଥିଲେ । ଚୋରି ବେଳର ସମସ୍ତ ଘଟଣା ୟୁକୋ ବ୍ୟାଙ୍କ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ପରେ ଅଭେଦ ରାଉତରାୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୧୪୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନରସିଂହପୁର ପୋଲିସ ।
Prev Post
Next Post